ଆଜି ବାହୁଡ଼ା: ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ଶ୍ରୀଜିଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଆଜି ବାହୁଡ଼ା: ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ଶ୍ରୀଜିଉ

chariot

ପୁରୀ (ମଧୁସୂଦନ ମିଶ୍ର): ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀଜିଉ ନୀଳକନ୍ଦରକୁ ବାହୁଡ଼ିବେ। ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି।

ସକାଳ ୭ଟାରୁ ରାତି ଦିନ ୧୧ଟା ମଧ୍ୟରେ ସେନାପଟା ନୀତି ସମ୍ପନ୍ନ ହେବ। ୧୧ଟା ୪୫ରେ ମଙ୍ଗଳାର୍ପଣ ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ନୀତି କରିବାକୁ ସମୟ ସ୍ଥିର କରାଯାଇଛି। ଛେରା ପହଁରା ଅପରାହ୍ନ ୨ଟା ୩୦ ମିନିଟ୍‌ରୁ ୩ଟା ୩୦ ମିନିଟ୍‌ ମଧ୍ୟରେ କରିବାକୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଏହି ସମସ୍ତ ନୀତିକାନ୍ତି ସରିବା ପରେ ଅପରାହ୍ନ ୪ଟାରେ ଟଣାଯିବ ରଥ।

ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାହୁଡ଼ା ପାଇଁ ଟ୍ରାଫିକ୍ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବା ସହ କଡ଼ା ସୁରକ୍ଷା ମଧ୍ୟରେ ରହିଛି ଶ୍ରୀକ୍ଷେତ୍ର।



from OdishaReporter https://ift.tt/2NztCl2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages