ସିବିଆଇ ଅଧିକାରୀଙ୍କ ସହ କଥା ହୋଇ ଅଡୁଆରେ ସୂର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ସିବିଆଇ ଅଧିକାରୀଙ୍କ ସହ କଥା ହୋଇ ଅଡୁଆରେ ସୂର୍ଯ୍ୟ

cbi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିବିଆଇ ଜେରାକୁ ନେଇ ବିପ୍ଳବ ଓ ତାଙ୍କ ବାପା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଅର୍ଥତ୍ୱତ୍ତ ଚିଟଫଣ୍ଡ ଲିଙ୍କ୍‌ରେ ବିପ୍ଳବଙ୍କୁ ସିବିଆଇ ଜେରା କରିଥିବା ସ୍ପଷ୍ଟ  ହେବା ପରେ ଆଜି ମୁହଁ ଖୋଲିଛନ୍ତି ସୂର୍ଯ୍ୟ। ସେ ସିବିଆଇ ଅଧିକାରୀଙ୍କ ସହ କଥା ହୋଇଥିବା ଗଣମାଧ୍ୟମକୁ କହିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ସେ କହିଛନ୍ତି- “ଖବରକାଗଜରୁ ଜାଣିବା ପରେ ସିବିଆଇ ସହ କଥା ହୋଇଛି। ହେଲେ ସିବିଆଇ କିଛି କହିନାହିଁ।” ତେବେ ସୂର୍ଯ୍ୟଙ୍କ ଏହି ବୟାନକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ।

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଲିଙ୍କ୍‌ରେ ବିପ୍ଳବଙ୍କୁ ସିବିଆଇର ଜେରା ପରେ ପୁଣି ବିଜେଡି କ୍ୟାମ୍ପରେ କମ୍ପନ ସୃଷ୍ଟି ହୋଇଛି। ବିପ୍ଳବ ନିଜ ଅଫିସରେ ଲଗାଇଥିବା ଏକାଧିକ କମ୍ପ୍ୟୁଟ୍‌ରର ବିଲ୍ ଅର୍ଥତତ୍ୱ ଆକାଉଣ୍ଟରୁ ପୈଠ ହୋଇଥିବା ଜାଣି ଗତ ମାସ ଶେଷ ସପ୍ତାହରେ ବିପ୍ଳବଙ୍କୁ ପଚରା ଉଚୁରା କରିଛି ସିବିଆଇ। ତେବେ ଅର୍ଥତତ୍ୱ ସହ ବିପ୍ଳବଙ୍କର ଆଉ କି ବ୍ୟାବସାୟିକ ସଂପର୍କ ଥିଲା ? ବାପା ସୂର୍ଯ୍ୟ ପାତ୍ର ବିଭିନ୍ନ ସମୟରେ ମନ୍ତ୍ରୀ ଥିବାରୁ ବିପ୍ଳବ ଅର୍ଥତତ୍ୱକୁ କିଛି ଫାଇଦା ଦେଇଥିଲେ କି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି।

ପୁଅ ନାଁରେ ଅଭିଯୋଗ କ’ଣ ଜାଣିବା ପାଇଁ ନା ନିଜର କ୍ଷମତାକୁ ଉପଯୋଗ କରି ତଦନ୍ତର ଗତିକୁ ପ୍ରଭାବିତ କରିବା ପାଇଁ ସୂର୍ଯ୍ୟ ସିବିଆଇ ଅଧିକାରୀଙ୍କ ସହ କଥା ହୋଇଥିଲେ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି। ଏସବୁକୁ ନେଇ ଚର୍ଚ୍ଚା ଲାଗି ରହି ଥିବାବେଳେ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ତେବେ ବିଜେଡି ପ୍ରସଙ୍ଗରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବାକୁ ଉଦ୍ୟମ କରିଛି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି- “ଏଟି ଗ୍ରୁପ୍‌ ଠକେଇରେ ଅଛନ୍ତି। ତାଙ୍କ କଥା ବାହାରକୁ କାଳେ ଆସିଯିବ ସେହି ଭୟରେ ନୂଆ ନାଟକ ଆରମ୍ଭ କରୁଛନ୍ତି। ଯଦି ପଚାରିବାର ଥିଲା ପୁଅକୁ ପଚାରି ପାରିଥାନ୍ତେ। ସିବିଆଇକୁ କାହିଁକି ପଚାରୁଥିଲେ। ପୁଅ ଗୋଟେ କିଛି କରିଛନ୍ତି, ସେଥିରେ ବାପାଙ୍କର ନିଶ୍ଚିତ ଭାବେ ସମ୍ପୃକ୍ତି ଅଛି। ନହେଲେ ସେ ସିବିଆଇକୁ କାହିଁକି ପଚାରିଥାନ୍ତେ।”

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି- “ଦଳ ତରଫରୁ ଶୁଣିନି ସେ କ’ଣ କହିଛନ୍ତି। ସେ କ’ଣ କହିଛନ୍ତି ନଜାଣି ତା’ଉପରେ କେମିତି ମତାମତ ରଖିବି।

ସେପଟେ ଚିଟଫଣ୍ଡ ଦୁର୍ନୀତି ନେଇ ଏମ୍ଏମ୍ ଦାଶ କମିଶନ୍ ତଦନ୍ତ ଜାରି ରଖିଥିବାବେଳେ ଆଜି ପଞ୍ଚମ ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ଦାଖଲ କରିଛନ୍ତି।  ଏହି ରିପୋର୍ଟରେ ୨୯୦ଟି କମ୍ପାନୀର ୧ ଲକ୍ଷ ୧୮୫୦ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇ ଅର୍ଥ ଫେରସ୍ତ ପଇଁ ସୁପାରିଶ କରାଯାଇଛି।



from OdishaReporter https://ift.tt/2uwUDxr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages