ବର୍ଷାଦିନେ ମହିଳାଙ୍କୁ ହୋଇଥାଏ ଏହି ରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ବର୍ଷାଦିନେ ମହିଳାଙ୍କୁ ହୋଇଥାଏ ଏହି ରୋଗ

woman

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନେ ଲୋକ କମ୍‌ ପାଣି ପିଇଥାଆନ୍ତି। ଯେଉଁ କାରଣରୁ ସିସ୍‌ଟାଇଟିସ୍‌ ପରି ରୋଗ ହେବାର ବିପଦ ରହିଥାଏ। ଏହି ରୋଗ ଶରୀରରେ ଜଳୀୟ ଅଂଶ କମିଯିବା ଯୋଗୁ ହୋଇଥାଏ। ସାଧାରଣତଃ ବର୍ଷାଦିନେ ଶୋଷ ମଧ୍ୟ କମ୍‌ ଲାଗିଥାଏ, କାରଣ ଆମ ଶରୀରରୁ କମ୍‌ ଝାଳ ବାହାରିଥାଏ।  ଏହି କାରଣରୁ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ମୂତ୍ରାଶୟରେ ସମସ୍ୟା ଉପୁଜିଥାଏ। ଏମିତିରେ ପାଣିର ଅଭାବ ଯୋଗୁ ସ୍ତ୍ରୀ, ପୁରୁଷ ଏବଂ ଛୋଟ ଛୁଆଙ୍କ ଶରୀର ଉପରେ ପ୍ରଭାବ ପଡ଼ିଥାଏ। ମାତ୍ର ମହିଳାଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡ଼ିଥାଏ। ସିସ୍‌ଟାଇଟିସ୍‌ ରୋଗ ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ଅଧିକ ହେଉଥିବାର ଦେଖାଯାଇଥାଏ। ଏଥିପାଇଁ ଗର୍ଭାବସ୍ଥାରେ ଜଟିଳତା ମଧ୍ୟ ସୃଷ୍ଟି ହୋଇଥାଏ।

ସିସ୍‌ଟାଇଟିସ୍‌ ରୋଗ କ’ଣ?

ସିସ୍‌ଟାଇଟିସ୍‌ ମୂତ୍ରାଶୟରେ ହେଉଥିବା ଏକ ରୋଗ। ଏହା ଏକ ଦୀର୍ଘକାଳୀନ ରୋଗ। ଏହା ମୂତ୍ରାଶୟ ଉପରେ ଚାପ ପକାଇଥାଏ। ଏଥିରେ ରୋଗୀଙ୍କୁ କେବେ କମ୍‌ ତ କେବେ ଅଧିକ ଯନ୍ତ୍ରଣା ହୋଇଥାଏ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ, ମାତ୍ର ସ୍ୱଭାବିକ ମାତ୍ରାଠାରୁ  କମ୍ ପରିମାଣର ପରିସ୍ରା ହୋଇଥାଏ।

UrinaryProblems

ସିସ୍‌ଟାଇଟିସ୍‌ର ଲକ୍ଷଣ:
– ପରିସ୍ରା କରିବା ସମୟରେ ଜଳାପୋଡ଼ା ହେବା।
– ବାରମ୍ବାର ପରିସ୍ରା ଲାଗିବା, ମାତ୍ର କମ୍‌ ପରିମାଣର ପରିସ୍ରା ହେବା।
– ତଳିପେଟ ନରମ ଲାଗିବା ଏବଂ ଯନ୍ତ୍ରଣା ହେବା।
– ଜ୍ୱର ହେବା ଇତ୍ୟାଦି।

କାହିଁକି ହୁଏ ମହିଳାଙ୍କୁ ଏହି ରୋଗ?
ସବୁବୟସର ଲୋକଙ୍କୁ ଏହି ରୋଗ ହୋଇଥାଏ। ମାତ୍ର ପ୍ରଜନନ ବୟସରେ ମହିଳାଙ୍କୁ ଏହି  ରୋଗ ଅଧିକ ହୋଇଥାଏ। ଏହାର ଏକ କାରଣ, ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମୂତ୍ରାଶୟ ଛୋଟ। ସେଥିପାଇଁ ପୁରୁଷଙ୍କ ତୁଳନାରେ ମହିଳାମାନେ ୮ଗୁଣା ଅଧିକ ସିସ୍‌ଟାଇଟିସ୍‌ ରୋଗର ଶିକାର ହୋଇଥାନ୍ତି। ପ୍ରତିବର୍ଷ ୧୫ ପ୍ରତିଶତ ମହିଳାଙ୍କୁ ଏହି ରୋଗ ହୋଇଥାଏ ଏବଂ ପାଖାପାଖି ୫୦ ପ୍ରତିଶତ ମହିଳା ସେମାନଙ୍କ ଜୀବନରେ ଥରେ ସିସ୍‌ଟାଇଟିସ୍‌ ସମସ୍ୟାରେ ପଡ଼ିଥାନ୍ତି। ତରଳ ପଦାର୍ଥ ଅଧିକ ସେବନ କଲେ ଏହି ସଂକ୍ରମଣ ପରିସ୍ରାରେ ବାହାରକୁ ଆସିପାରେ। ଅଧିକ ମାତ୍ରାରେ କଫି ଏବଂ କୋଲ୍‌ଡ୍ରିନ୍‌କ୍ସ ସେବନ କରିବା ଏହି ରୋଗ ପାଇଁ କ୍ଷତିକାରକ। ଏହି ରୋଗକୁ ମୂଳରୁ ଶେଷ କରିବା ପାଇଁ କୌଣସି ଚିକିତ୍ସା ପଦ୍ଧତି ନାହିଁ। କେବଳ ଔଷଧ ଏବଂ ଉଚିତ୍‌ ପରିମାଣର ପାଣି ପିଇବା ଦ୍ୱାରା ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ।



from OdishaReporter https://ift.tt/2NgqZoc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages