
ଚଣ୍ଡିଗଡ଼: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ନିଶା ସେବନ କରି ସଂସଦକୁ ଯାଇଥିଲେ। ଏଥିପାଇଁ ସେ ତାଙ୍କର ୪୦ ମିନିଟ୍ର ଭାଷଣରେ ଲୋକଙ୍କ ସମସ୍ୟାକୁ ସଂସଦରେ ରଖିପାରି ନଥିଲେ। ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ହରିୟାଣାର ଜଣେ ମନ୍ତ୍ରୀ। ତାଙ୍କ ନାଁ ମନୀଷ ଗ୍ରୋଭର। ଶୁକ୍ରବାର ସଂସଦରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଣ୍ଢାଇବା ଘଟଣାରେ ମନୀଷ ଏଭଳି ମନ୍ତବ୍ୟ ଦେଇଛନ୍ତି।
ଶନିବାର ରୋହତକ୍ର ସେକ୍ଟର-୩ରେ ଏକ ହର୍ବାଲ୍ ପାର୍କର ଉଦ୍ଘାଟନ କରିବା ଅବସରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଥିଲେ,‘କଂଗ୍ରେସ୍ ବିପଥଗାମୀ ହୋଇଯାଇଛି। ଲୋକସଭାରେ ସେ ମୋଦିଙ୍କୁ ଉଠିବାକୁ କହିଥିଲେ। କିନ୍ତୁ ମୋଦି ତାଙ୍କୁ ଉତ୍ତର ଦେଇ କହିଥିଲେ ଯେ ତାଙ୍କୁ ଲୋକେ ଚୌକିରେ ବସାଇଛନ୍ତି। ତେଣୁ ତାଙ୍କୁ କେହିବି ଆସନରୁ ଉଠାଇ ପାରିବେ ନାହିଁ।’
ଏତିକିରେ ଥମି ନଥିଲେ ଗ୍ରୋଭର। ସେ ଆହୁରି କହିଥିଲେ,“ରାହୁଲଙ୍କ ଭାବନା ଦେଶର ଅହିତରେ ଅଛି। ତାଙ୍କ ପିଲାଳିଆମି ଏବେବି ଯାଇନି। ରାହୁଲ ନିଜେ ସଂସଦରେ ହିଁ କହିଥିଲେ ତାଙ୍କୁ ପପୁ ନାଁରେ ଡାକିବାକୁ।”
ଏହି ଘଟଣାରେ ପୂର୍ବରୁ ଅକାଳୀ ଦଳର ନେତା ତଥା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟୋଗ ମନ୍ତ୍ରୀ ହରସିମ୍ରତ କୌର ମଧ୍ୟ ରାହୁଲଙ୍କୁ ଟାର୍ଗେଟ୍ କରି କହିଥିଲେ,“ ଆଜି କ’ଣ ମାରିକି (ନିଶା ସେବନ କରି) ଆସିଛ?”
from OdishaReporter https://ift.tt/2NyZgyY
No comments:
Post a Comment