
ଗାଜିଆବାଦ: ଜଣେ ହିନ୍ଦୁ ମହିଳାଙ୍କୁ ଭଲ ପାଇଥିଲେ ମୁସଲିମ୍ ଯୁବକ। ଏହି ମହିଳାଙ୍କୁ ବାହା ହେବାକୁ ସେ ପହଞ୍ଚିଥିଲେ ଉତ୍ତର ପ୍ରଦେଶର ଗାଜିବାଦ ଠାରେ ଥିବା ଏକ କୋର୍ଟରେ। ହେଲେ ସେଠି ସବୁ କିଛି ଓଲଟ ପାଲଟ ହୋଇଗଲା। କିଛି ଲୋକ ବିବାହକୁ ବିରୋଧ କରି ଯୁବକଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ତଳେ ପକାଇ ଗୋଇଠା ବିଧା ନାଦି ପକାଇଥିଲେ। ଏହା ଦେଖି ଲୋକମାନେ ପୁଲିସ୍କୁ ଖବର ଦେବେ କ’ଣ ଯୁବକଙ୍କୁ ତାଚ୍ଛଲ୍ୟ କରିଥିଲେ। ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହୋଇଛି। ପୁଲିସ୍ ଏହି ଘଟଣାରେ ମାମଲା ରୁଜୁ କରିଥିଲେ ହେଁ କାହାକୁ ଗିରଫ କରିନାହିଁ।
ମାଡ଼ ଖାଉଥିବା ଯୁବକଙ୍କ ନାଁ ସାହିଲ ଖାନ୍ ହୋଇଥିବା ବେଳେ ତାଙ୍କ ଘର ମଧ୍ୟପ୍ରଦେଶର ଭୋପାଲରେ। ସେହିପରି ମହିଳାଙ୍କ ଜଣଙ୍କ ନାଁ ପ୍ରୀତି ସିଂହ ହୋଇଥିବା ବେଳେ ତାଙ୍କ ଘର ଉତ୍ତର ପ୍ରଦେଶର ବିଜନୋରେ। ଉଭୟ ନୋଏଡାର ଏକ କମ୍ପାନୀରେ କାମ କରୁଥିବା ବେଳେ ପ୍ରେମରେ ପଡ଼ି ଯାଇଥିଲେ। ପ୍ରେମକୁ ବିବାହର ରୂପ ଦେବାକୁ ଉଭୟ ଗାଜିଆବାଦ୍ର କୋର୍ଟରେ ପହଞ୍ଚିଥିଲେ। କିନ୍ତୁ ସଠାରେ ଲୋକମାନେ ହିନ୍ଦୁ ଓ ମୁସଲିମ ବାହା ହେବାକୁ ଆସିଛନ୍ତି ବୋଲି ଜାଣିବା ପରେ ସାହିଲଙ୍କୁ ଆକ୍ରମଣ କରିଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି।
from OdishaReporter https://ift.tt/2A3HSkf
No comments:
Post a Comment