ଇଂଲଣ୍ଡକୁ ହରାଇ ଇତିହାସ ରଚିଲା ବେଲଜିୟମ୍: ପ୍ରଥମ ଥର ପାଇଁ ହାସଲ କଲା ଏହି କିର୍ତ୍ତୀମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ଇଂଲଣ୍ଡକୁ ହରାଇ ଇତିହାସ ରଚିଲା ବେଲଜିୟମ୍: ପ୍ରଥମ ଥର ପାଇଁ ହାସଲ କଲା ଏହି କିର୍ତ୍ତୀମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡକୁ ୨-୦ ଗୋଲ୍‌ରେ ହରାଇ ଫିଫା ବିଶ୍ୱକପ୍‌ରେ ତୃତୀୟ ସ୍ଥାନ ହାସଲ କରିଛି ବେଲଜିୟମ୍‌। ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ବେଲଜିୟମ୍‌ ତୃତୀୟ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛି। ତୃତୀୟ ସ୍ଥାନ ପାଇଁ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ସାମ୍ନାସାମ୍ନା ହୋଇଥିଲେ ଦୁଇ ୟୁରୋପୀୟ ଦେଶ। ଏହି ମ୍ୟାଚ୍‌ ରୁଷିଆର ସେଣ୍ଟ ପିଟର୍ସବର୍ଗ ଷ୍ଟାଡ଼ିୟମରେ ଖେଳାଯାଉଥିଲା। ବେଲଜିୟମ ଆଜିର ମ୍ୟାଚ୍‌ରେ ବେଶ୍‌ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲା। ଆରମ୍ଭରୁ ଏକ ଗୋଲ୍ ସ୍କୋର୍‌ କରି ଅଗ୍ରଣୀ ଲାଭ କରିଥିଲା ବେଲଜିୟମ। ପ୍ରଥମ ଗୋଲ୍‌ ୪ ମିନିଟରେ କରିଥିଲା। ଏବଂ ମ୍ୟାଚ୍‌ର ୮୨ ମିନିଟ୍‌ରେ ବିଜୟ ସୂଚକ ଗୋଲ୍ କରିଥିଲା ବେଲଜିୟମ୍‌। ଆସନ୍ତା କାଲି ଫାଇନାଲ୍‌ ଟକ୍କର୍‌ ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଖେଳାଯିବ।



from OdishaReporter https://ift.tt/2LdFFH9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages