ମହାନଦୀ ଡେଲ୍ଟା ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ମହାନଦୀ ଡେଲ୍ଟା ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ନିମ୍ନ ଅବବାହିକାରେ ପ୍ରବଳ ବର୍ଷା ଫଳରେ ରବିବାର ଅପରାହ୍ନ ୩ଟା ବେଳେ ଖଇରମାଳଠାରେ ୬,୮୬,୦୦୦ କ୍ୟୁସେକ୍‌ ବନ୍ୟା ଜଳ ପ୍ରବାହିତ ହୋଇଛି। ମହାନଦୀ ନିମ୍ନ ଅବବାହିକାର ସମ୍ବଲପୁରଠାରେ ୫୬୭ ମିମି, ବୁର୍ଲାରେ ୬୨୨ ମିମି, ହୀରାକୁଦଠାରେ ୪୦୧ ମିମି ଏବଂ ହୀରାକୁଦ ଓ ମୁଣ୍ଡଳି ମଧ୍ୟରେ ବିଭିନ୍ନ ସ୍ଥାନରେ ୧୦୦ରୁ ୩୦୦ ମିମି ପରିମାଣର ବର୍ଷା ରେକର୍ଡ କରାଯାଇଛି।

ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ସୁଦ୍ଧା କୌଣସି ଜଳ ନିଷ୍କାସନ ନ ହୋଇ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ ମୁଣ୍ଡଳିଠାରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେବା ଆଶଙ୍କା କରାଯାଉଛି। ଫଳରେ ମହାନଦୀ ଡେଲ୍ଟା ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଅନୁଭୂତ ହେବ ବୋଲି ବନ୍ୟା ନିୟନ୍ତ୍ରଣ ଓ ମହାନଦୀ ନିମ୍ନ ଅବବାହିକା, ଭୁବନେଶ୍ୱରର ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।



from OdishaReporter https://ift.tt/2NB4t9D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages