ବାପାକୁ ମାରି ଦେଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ବାପାକୁ ମାରି ଦେଲା ପୁଅ

ଝାରସୁଗୁଡ଼ା (ଭାଗୀରଥି ସାହୁ): ବାପାକୁ ମାରି ଦେଲା ପୁଅ। ଏହି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଉପଖଣ୍ଡ ବୃନ୍ଦାମାଲ ନିକଟରେ ଥିବା ବେଦାନ୍ତ ବିସ୍ଥାପିତ ଆର୍‌ଆର୍‌ କଲୋନୀରେ। ମୃତକ ହେଲେ ବିଶିକେସନ ରୋହିଦାସ।

କିଛି ଦିନ ହେବ ପାରିବାରିକ ଗଣ୍ଡଗୋଳକୁ ନେଇ ବିଶିକେସନ ଓ ତାଙ୍କ  ପୁଅ ଭଗବାନଙ୍କ ମଧ୍ୟରେ ବଚସା ଲାଗି ରହିଥିଲା। ଗତକାଲି ରାତିରେ ପୁଣି ଥରେ ବାପ ଓ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଭଗବାନ  ରାଗିଯାଇ ଏକ ଛୁରୀରେ ବାପାଙ୍କୁ ଆକ୍ରମଣ କରିଥିଲେ। ଛୁରୀଟି ବିଶିକେସନଙ୍କ ଛାତିରେ ପଶି ଯାଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ମାଲ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଭଗବାନଙ୍କୁ ଗିରଫ କରିଛି।



from OdishaReporter https://ift.tt/2LaHqF2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages