ବିଶ୍ଵ ଦରବାରରେ କମାଲ୍ ଦେଖାଇଲେ ଓଡ଼ିଆ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ବିଶ୍ଵ ଦରବାରରେ କମାଲ୍ ଦେଖାଇଲେ ଓଡ଼ିଆ ପୁଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ଦରବାରରେ ଓଡ଼ିଆ ପୁଅ ବବୁଲୁ ମୁଣ୍ଡାଙ୍କ କମାଲ୍‌। ବିଦେଶ ମାଟିରେ ପ୍ରତିଦ୍ଵନ୍ଦ୍ଵିତା କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି ବବୁଲୁ। ବ୍ରାଜିଲ୍‌ଠାରେ ଆୟୋଜିତ ବିଶ୍ୱ ଉଶୁ ଚାମ୍ପିୟନ୍‌ସିପ୍‌ରେ ରୌପ୍ୟ ପଦକ ଜିତି ଦେଶ ଓ ରାଜ୍ୟର ନାଁ ଉଚ୍ଚା କରିଛନ୍ତି ଏହି ଓଡ଼ିଆ ପୁଅ। ୪୨ କେଜି ସବ୍‌-ଜୁନିୟର୍ ବିଭାଗରେ ସେ ଏହି ପଦକ ଜିତିଛନ୍ତି। ଜୁଲାଇ ୧୦ରୁ୧୬ ତାରିଖ ପର୍ଯ୍ୟନ୍ତ ବ୍ରାଜିଲ୍‌ର ବ୍ରାସିଲିଆଠାରେ ଅନୁଷ୍ଠିତ ୱାର୍ଲଡ୍ ଜୁନିୟର୍‌ ଉଶୁ ଚାମ୍ପିୟନ୍‌ସିପ୍‌ରେ ଭାରତ ୪ଟି ରୌପ୍ୟ ପଦକ ଓ ୫ଟି ତାମ୍ର ପଦକ ସହିତ ମୋଟ ୯ ପଦକ ହାସଲ୍‌ କରିଛି।

କ୍ୱାର୍ଟର୍ ଫାଇନାଲ୍‌ ଓ ସେମି-ଫାଇନାଲ୍‌ରେ ପେରୁ ଓ ଇରାନ୍‌ର ପ୍ରତିଯୋଗୀଙ୍କୁ ହରାଇ ସେ ଗତକାଲି ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଫାଇନାଲ୍‌ରେ ଦୃଢ଼ ଖେଳ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଥିଲେ ବବୁଲୁ। ତେବେ ବବୁଲୁଙ୍କର ଏହା ପ୍ରଥମ ଉଶୁ ଚାମ୍ପିୟନ୍‌ସିପ୍‌ ପଦକ ନୁହେଁ। ପୂର୍ବରୁ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ଜାତୀୟ ସବ୍‌-ଜୁନିୟର ଉଶୁ ଚାମ୍ପିୟନ୍‌ସିପ୍‌ରେ ସେ ରୌପ୍ୟ ପଦକ ହାସଲ୍‌ କରିଥିଲେ। ଅଷ୍ଟମ ଶ୍ରେଣୀରେ ପଢୁଥିବା ବବୁଲୁ ଏଥିପାଇଁ ଚୀନ୍‌ରେ ପ୍ରଶିକ୍ଷଣ ନେଉଥିଲେ।

ବଡ଼ବିଲ୍‌ ଅଞ୍ଚଳରେ ବିଭିନ୍ନ ପାରମ୍ପାରିକ କ୍ରୀଡ଼ାକୁ ପ୍ରୋତ୍ସାହିତ କରୁଥିବା ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍‌ ଦ୍ୱାରା ପ୍ରଥମେ ବବୁଲୁଙ୍କ କ୍ରୀଡ଼ା ପ୍ରତିଭା ୨୦୧୧ରେ ଚିହ୍ନଟ ହୋଇଥିଲା। ଏହାପରେ ତାଙ୍କ ପାଠପଢ଼ା, କ୍ରୀଡ଼ା ପ୍ରଶିକ୍ଷଣ ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ସମସ୍ତ ପ୍ରକାର ସହାୟତା କରିଥିଲା ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍‌। ବବୁଲୁଙ୍କୁ ପ୍ରଶିକ୍ଷଣ ଦେଉଥିଲେ ଏସିଆନ୍‌ ଇନ୍‌ଡୋର ଗେମ୍‌ସ ପଦକ ବିଜୟୀ ଶ୍ରୀ ପଙ୍କଜ ମହାନ୍ତ।

ବବୁଲୁ ସେମିଫାଇନାଲ୍‌ରେ ରୌପ୍ୟ ପଦକ ଜିତିବା ପରେ ଛୁଟିଛି ଅଭିନନ୍ଦନର ସୁଅ। ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍‌ର ସହ-ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ୍‌ ଅଭିନନ୍ଦନ ଜଣାଇବା ସହିତ ବବୁଲୁ ଦେଶ ପାଇଁ ଗୌରବ ବୋଲି କହିଥିଲେ। ଏଥିସହିତ ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା କ୍ରୀଡ଼ା ପ୍ରତିଭାମାନଙ୍କୁ ସହାୟତା କରିବା ଫାଉଣ୍ଡେସନ୍‌ର ଲକ୍ଷ୍ୟ ବୋଲି ସେ କହିଥିଲେ।

କେନ୍ଦୁଝର ଜିଲ୍ଲାର ଦେଓଝର ଗ୍ରାମପଞ୍ଚାୟତର ଶିଆଳଯୋଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବବୁଲୁ। ସେ ତାଙ୍କ ପ୍ରଥମ ପ୍ରତିଯୋଗିତାରେ ରାଜ୍ୟ ସ୍ତରୀୟ କିକ୍‌ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ, ରୋପ୍ୟ ପଦକ ହାସଲ କରିଥିଲେ। ବ୍ରାଜିଲରେ ଜିତିଥିବା ରୌପ୍ୟ ପଦକ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପଦକ।

 



from OdishaReporter https://ift.tt/2JtHUBf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages