ସଲମାନ୍‌ଙ୍କ ଫିଲ୍ମ ‘ଭାରତ’ ଛାଡ଼ିଲେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ସଲମାନ୍‌ଙ୍କ ଫିଲ୍ମ ‘ଭାରତ’ ଛାଡ଼ିଲେ ପ୍ରିୟଙ୍କା

priyankachopra

ମୁମ୍ବାଇ: ଅଲୀ ଅବାସ୍‌ ଜଫରଙ୍କ ମେଗା ପ୍ରୋଜେକ୍ଟ ‘ଭାରତ’ରୁ ବାହାରି ଯାଇଛନ୍ତି ପ୍ରିୟଙ୍କା ଚୋପ୍ରା। ଏହି ଫିଲ୍ମ ମାଧ୍ୟମରେ ପ୍ରିୟଙ୍କା ଏକ ଲମ୍ବା ସମୟର ବ୍ୟବଧାନ ପରେ ସଲମାନଙ୍କ ସହ ଏକାଠି ଅଭିନୟ କରି ଥାଆନ୍ତେ। ତେବେ ପ୍ରିୟଙ୍କା ହଠାତ୍ ଏ ଫିଲ୍ମ ଛାଡ଼ି ଦେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହାକୁ ନେଇ ସଲମାନ୍‌ଙ୍କ ବାପା ସଲିମ୍‌ ଖାନ୍‌ କହିଛନ୍ତି, ‘ଏଭଳି ଘଟଣା ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ନୂଆ ନୁହେଁ। ଏମିତି ହୁଏ। ଆମ ଫିଲ୍ମ ‘ଜଞ୍ଜିର’ରେ ବି ଏମିତି ଅନେକ ବାହାରିଥିଲେ ଓ ଅନେକ ମିଶିଥିଲେ। କେବେ ଫିଲ୍ମର ଡେଟ୍‌ ସମସ୍ୟା ଯୋଗୁ ଏମିତି ହୁଏ ତ କେବେ ଟଙ୍କା ଓ କେବେ ରୋଲ୍‌କୁ ନେଇ ଏମିତି ହୁଏ। ମଣିଷର ନିଜର ସମସ୍ୟା ଥାଏ। ପ୍ରିୟଙ୍କା କାହିଁକି ‘ଭାରତ’ ଫିଲ୍ମ ଛାଡ଼ିଲେ ତା’ର ସବିଶେଷ କାରଣ ମୋ ପାଖରେ ପହଞ୍ଚି ନାହିଁ। ତେବେ ଏବେ ଆମେ ଆଉ ଜଣେ ଅଭିନେତ୍ରୀଙ୍କୁ ଏଥିରେ ନେବୁ। ଆମେ ପ୍ରିୟଙ୍କାଙ୍କ ଉପରେ ରାଗି ନାହୁଁ। ସଲମାନ୍ ବି ତାଙ୍କ ଉପରେ ରାଗି ନାହାନ୍ତି।”

ପ୍ରିୟଙ୍କାଙ୍କ ଏଭଳି ନିଷ୍ପତ୍ତିକୁ ଫିଲ୍ମର ପ୍ରଯୋଜକ ନିଖିଲ ନମିତ ‘ଅନ୍‌ପ୍ରୋଫେସ୍‌ନାଲ୍‌’ ବୋଲି କହିଛନ୍ତି। ତେବେ ନିର୍ଦ୍ଦେଶକ ଅଲୀ ଟ୍ୱିଟ୍ କରି କହିଥିଲେ ଯେ ନିକ୍‌ଙ୍କ ସହିତ ପ୍ରିୟଙ୍କା ବାହା ହେବେ। ତେଣୁ ଏମିତି ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ ସିଧାସଳଖ ଭାବେ ସେ ଏ କଥା କହି ନଥିଲେ। ତେବେ ତାଙ୍କ କଥାରୁ ଏହା ହିଁ ବୁଝାପଡ଼ୁଥିଲା।

 

 



from OdishaReporter https://ift.tt/2NS5Mkw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages