ଆଣ୍ଠୁମାଡ଼ି ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ପୁଲିସ୍ ଅଧିକାରୀ; ସୋଶାଲ୍ ମିଡିଆରେ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଆଣ୍ଠୁମାଡ଼ି ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ପୁଲିସ୍ ଅଧିକାରୀ; ସୋଶାଲ୍ ମିଡିଆରେ ଚର୍ଚ୍ଚା

jogi

ଗୋରଖପୁର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଗୋରଖପୁରର ଜଣେ ପୁଲିସ୍ ଅଧିକାରୀଙ୍କର କିଛି ଫଟୋ ଏବେ ସୋଶାଲ୍‌ ମିଡିଆ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିକରେ ପୁଲିସ୍ ଅଧିକାରୀ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ହାତ ଯୋଡ଼ି ମୁଣ୍ଡ ନୁଆଁଇ ବସିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶୀର୍ବାଦ ଦେଉଛନ୍ତି। ଆଉ ଏକ ଫଟୋରେ ପୁଲିସ୍ ଅଧିକାରୀ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ମଥାରେ ତିଳକ ଲଗାଇ ଦେଉଛନ୍ତି। ଅନ୍ୟ ଏକ ଫଟୋରେ ସେ ଯୋଗୀ ଆଦିତ୍ୟନାଥଙ୍କୁ ଫୁଲ ହାର ପିନ୍ଧାଉଛନ୍ତି।

ଏହି ପୁଲିସ୍ ଅଧିକାରୀଙ୍କ ନାଁ ପ୍ରବୀଣ କୁମାର ସିଂହ। ସେ ନିଜେ ଏହି ଫଟୋଗୁଡ଼ିକୁ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ଗୁରୁପୂର୍ଣ୍ଣିମା ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ନୁହେଁ, ଗୋରଖନାଥ ମନ୍ଦିରର ମହନ୍ତଙ୍କଠାରୁ ଆଶୀର୍ବାଦ ନେଉଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରର ମହନ୍ତ ମଧ୍ୟ ଅଛନ୍ତି।

jogi3

ତେବେ ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ବିବାଦ ଦେଖାଯାଇଛି। ପୁଲିସ୍ ପୋଷାକ ପିନ୍ଧି ପ୍ରବୀଣ କୁମାର ସିଂହ ଏମିତି କରିବା କଥା ନୁହେଁ ବୋଲି କୁହାଯାଉଛି। ଫେସ୍‌ବୁକ୍ ଓ ଟ୍ୱିଟ୍‌ରରେ କେହି କେହି ତାଙ୍କ ସପକ୍ଷରେ ପ୍ରତିକ୍ରିୟା ଦେଇଥିବା ବେଳେ ଆଉ କେହି କେହି ବିରୋଧ କରିଛନ୍ତି।



from OdishaReporter https://ift.tt/2AihEuj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages