
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ରଣ୍ଢା ଓ ଗୋଳନ୍ଥରା ମଝିରେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଜଣେ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଘଟିଛି। ସେ ହେଲେ କେଉଟ ସୁନପୁର ଅଞ୍ଚଳର ଭିକାରୀ ବେହେରା।
ସେ ଗୋଳନ୍ଥରା ସ୍ଥିତ ଇଶନେଶ୍ୱର ମନ୍ଦିରକୁ ପାଣି ଢାଳିବାକୁ ଯାଉଥିଲେ। ରାସ୍ତା ଅନ୍ଧାର ଥିବାରୁ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିବା କୁହାଯାଉଛି।
ସ୍ଥାନୀୟ ଲୋକେ ଭିକାରୀଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
from OdishaReporter https://ift.tt/2vdfh6n
No comments:
Post a Comment