
ପୁରୀ(ଓଡ଼ିଶା ରିପୋର୍ଟର): ଲଗାତାର ତିନିଦିନର ଲଗାଣ ବର୍ଷା ଯୋଗୁ ବ୍ରହ୍ମଗିରିରେ ଥିବା ପ୍ରସିଦ୍ଧ ଅଲାରନାଥ ପୀଠରେ ପାଣି ପଶି ଯାଇଛି। ମନ୍ଦିର ବେଢ଼ାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଫଳରେ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜେନେରେଟର୍ ଲଗାଇ ଭୋର ୪ଟାରୁ ମନ୍ଦିର ବେଢ଼ାରୁ ପାଣି ବାହାର କରାଯାଉଛି।
ବ୍ରହ୍ମଗିରି ଦେଇ ଯାଇଥିବା ଜାତୀୟ ରାଜପଥର କିଛି କିଛି ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ରେବଣା ନୂଆଗାଁରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପାଣି ପଶି ଯାଇଥିବା ସୂଚନା ମିଳିଛି। ଲଗାଣ ବର୍ଷାରୁ ଆଖପାଖର ଅନେକ ଗାଁ ମଧ୍ୟ ଜଳମଗ୍ନ ହୋଇଯାଇଛି।
from OdishaReporter https://ift.tt/2LlUJzt
No comments:
Post a Comment