ଘରେ ପ୍ରସ୍ତୁତ କରନ୍ତୁ ଚଟ୍‌ପଟା ‘କଞ୍ଚା କଦଳୀ ଚିପ୍‌ସ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଘରେ ପ୍ରସ୍ତୁତ କରନ୍ତୁ ଚଟ୍‌ପଟା ‘କଞ୍ଚା କଦଳୀ ଚିପ୍‌ସ’

ଏବେ ବର୍ଷା ଋତୁ ଚାଲିଛି। ବର୍ଷା ପାଗରେ ପ୍ରାୟ ସମସ୍ତେ ଚଟ୍‌ପଟା ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ତା’ଭିତରୁ କଞ୍ଚା କଦଳୀ ଚିପ୍‌ସ ଅନ୍ୟତମ। ବର୍ଷା ପାଗରେ ଗରମ ଭାତ ସାଙ୍ଗରେ କଞ୍ଚା କଦଳୀ ଚିପ୍‌ସ ଖାଇବାକୁ ଭାରି ଭଲ ଲାଗେ। ଏହାକୁ ତିଆରି କରିବା ଆଦୌ ଏକ କଷ୍ଟସାଧ୍ୟ କାର୍ଯ୍ୟ ନୁହେଁ। ଅତି ସହଜରେ ଓ ଅଳ୍ପ ସମୟରେ ଏହାକୁ ପ୍ରସ୍ତୁତ କରାଯାଇପାରିବ। ତା’ହେଲେ ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ- କଞ୍ଚା କଦଳୀ, ତେଲ, ଲୁଣ, ଚାଟ୍‌ ମସଲା

ପ୍ରସ୍ତୁତି ପ୍ରାଣାଳୀ- ପ୍ରଥମେ କଞ୍ଚା କଦଳୀରୁ ଚୋପା କାଢ଼ି ଦିଅନ୍ତୁ। ଚିପ୍‌ସ କଟର୍‌ରେ ଲମ୍ବା ଲମ୍ବା କରି କଦଳୀକୁ କାଟି ଦିଅନ୍ତୁ। ଏବେ ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କିଛି ସମୟ ସେମିତି ଛାଡ଼ି ଦିଅନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରନ୍ତୁ ଓ ସେଥିରେ କଟା ଯାଇଥିବା କଦଳୀକୁ ପକାଇ ଛାଣନ୍ତୁ। କଦଳୀ ଟିକେ କ୍ରଞ୍ଚି ହୋଇଯିବା ପରେ ତାକୁ ଛାଣି ଆଣନ୍ତୁ। ଏବେ ଏହାକୁ ପ୍ଲେଟ୍‌ରେ ରଖି ଛଣା ଯାଇଥିବା କଦଳୀରେ ଚାଟ୍‌ ମସଲା ପକାଇ ଦିଅନ୍ତି।  ପ୍ରସ୍ତୁତ ହୋଇଗଲା ଗରମ ଗରମ ଚଟ୍‌ପଟା ‘କଞ୍ଚା କଦଳୀ ଚିପ୍ସ’। ଏବେ ଏହାକୁ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆନ୍ତୁ।



from OdishaReporter https://ift.tt/2uD6rPI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages