ଆଜି ନୀଳାଦ୍ରି ବିଜେ; ରଥରୁ ରତ୍ନ ସିଂହାସନକୁ ଯିବେ ଶ୍ରୀଜିଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଆଜି ନୀଳାଦ୍ରି ବିଜେ; ରଥରୁ ରତ୍ନ ସିଂହାସନକୁ ଯିବେ ଶ୍ରୀଜିଉ

jagannath

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ରଥଯାତ୍ରାର ଅନ୍ତିମ ଦିନ। ଆଜି ରତ୍ନ ସିଂହାସନରେ ବିଜେ ହେବେ ଶ୍ରୀଜିଉ। ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରାଯିବ। ପ୍ରଥମେ କୃଷ୍ଣବଳରାମ ଓ ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବ।  ତା’ପରେ ଶ୍ରୀସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ରତ୍ନ ସିଂହାସନକୁ ବିଜେ କରାଯିବ। ତା’ପରେ ଆରମ୍ଭ ହେବ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ। ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭେଟ ନୀତି କରାଯାଇଥାଏ। ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

88

ଗତକାଲି ସିଂହଦ୍ୱାରରେ ରଥାରୁଢ଼ ତିନି ଠାକୁରଙ୍କ ପାଖରେ ଅଧରପଣା ନୀତି ସଂପନ୍ନ ହୋଇଥିଲା। ପ୍ରଥମେ ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ରଥରେ ଅଧରପଣା ଅର୍ପଣ କରାଯିବା ପରେ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଅଧରପଣା ନୀତି ସଂପନ୍ନ  ହୋଇଥିଲା।



from OdishaReporter https://ift.tt/2A4fvlM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages