ହାର୍ଦ୍ଦିକ୍ ପଟେଲଙ୍କୁ ଦୁଇବର୍ଷ ଜେଲ୍‌ ଦଣ୍ଡାଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ହାର୍ଦ୍ଦିକ୍ ପଟେଲଙ୍କୁ ଦୁଇବର୍ଷ ଜେଲ୍‌ ଦଣ୍ଡାଦେଶ

hardik_patel

ନୂଆଦିଲ୍ଲୀ: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ୍ ପଟେଲଙ୍କୁ ଦୁଇବର୍ଷ ଜେଲ୍‌ ଦଣ୍ଡ ହୋଇଛି। ବିସନଗର କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି। ପଟିଦାର ସଂରକ୍ଷଣ ଆନ୍ଦୋଳନ ବେଳେ ବିସନଗରର ବିଜେପି ବିଧାୟକ ଋଷିକେଶ ପଟେଲଙ୍କ ଅଫିସ୍‌ରେ ଭଙ୍ଗାରୁଜା କରିବା ଅଭିଯୋଗରେ, ହାର୍ଦ୍ଦିକ୍‌ଙ୍କ ସମେତ ଲାଲାଜୀ ପଟେଲଙ୍କୁ ମଧ୍ୟ ଦୁଇବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଏହାସହ ଉଭୟଙ୍କୁ ୫୦ ହଜାର ଲେଖାଏ ଟଙ୍କାର ଜରିମାନା କରାଯାଇଛି। ଏହି ଏକ ଲକ୍ଷ ଟଙ୍କା ବିଧାୟକଙ୍କୁ କ୍ଷତିପୂରଣ ବାବଦକୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୫ରେ ମେହସାଣାର ବିସନଗରରେ ପଟିଦାର ଆନ୍ଦୋଳନ ସମୟରେ ହାର୍ଦ୍ଦିକ୍ ଏବଂ ଅନ୍ୟ ୧୬ ଜଣଙ୍କ ନେତୃତ୍ୱରେ ୫୦୦ରୁ ଅଧିକ ଲୋକ ବିଧାୟକଙ୍କ ଅଫିସ୍‌ ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ। ସୂଚନାଯୋଗ୍ୟ ଯେ, ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ନିଜ ସମ୍ପ୍ରଦାୟର ସଦସ୍ୟଙ୍କ ପାଇଁ ସଂରକ୍ଷଣକୁ ନେଇ ଆସନ୍ତା ଅଗଷ୍ଟ ୨୫ ତାରିଖରୁ ହାର୍ଦ୍ଦିକ୍ ଆମରଣ ଅନଶନ କରିଥାନ୍ତେ। ଏନେଇ ସେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହା ତାଙ୍କ ଅନ୍ତିମ ଯୁଦ୍ଧ ବୋଲି ସେ ଏଥିରେ କହିଥିଲେ।



from OdishaReporter https://ift.tt/2AfpggW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages