କ’ଣ ପାଇଁ ନିଦରେ ଚାଲନ୍ତି ଲୋକ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

କ’ଣ ପାଇଁ ନିଦରେ ଚାଲନ୍ତି ଲୋକ?

sleep

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ସମୟରେ କିଛି ବ୍ୟକ୍ତିଙ୍କୁ ଆପଣ ନିଦରେ ଚାଲୁଥିବାର ଦେଖିଥିବେ। ପ୍ରଶ୍ନ ଉଠେ, ଏପରି କାହିଁକି ହୋଇଥାଏ। ଏହି ନିଦରେ ଚାଲିବା ସମସ୍ୟା କିଛି ଲୋକଙ୍କ ପାଇଁ ଏବେ ବି ରହସ୍ୟ ହୋଇ ରହିଛି। ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବଡ଼ ଲୋକଙ୍କର ମଧ୍ୟ ନିଦରେ ଚାଲିବାର ଅଭ୍ୟାସ ରହିଛି। କିନ୍ତୁ କ’ଣ ଆପଣ କେବେ ଜାଣିବାକୁ ଚେଷ୍ଚା କରିଛନ୍ତି କି ସେମାନେ ନିଦରେ କ’ଣ ପାଇଁ ଚାଲନ୍ତି? ଏହା ସହିତ ସକାଳୁ ଉଠିବା ପରେ ତାଙ୍କର ନିଦରେ ଚାଲିବା କଥା କିଛି ମନେ ରହେ ନାହିଁ କାହିଁକି? ଆସନ୍ତୁ ଜାଣିବା ଏପରି କାହିଁକି ହୋଇଥାଏ।
ଡାକ୍ତରଙ୍କ କହିବା ଅନୁସାରେ ଆମ ମସ୍ତିଷ୍କରେ ଦୁଇ ପ୍ରକାରର କେମିକାଲ୍‌ ତିଆରି ହୋଇଥାଏ। ଗୋଟିଏ ଶୋଇବା ସମୟରେ ଏବଂ ଅନ୍ୟଟି ଆମେ ଜାଗ୍ରତ ଥିବା ସମୟରେ। ଏହି ଦୁଇଟି ମଧ୍ୟରୁ ଗୋଟିଏ କେମିକାଲ୍‌ରେ ଯଦି ବିଶୃଙ୍ଖଳା ଦେଖାଦିଏ, ତେବେ ଲୋକ ନିଦରେ ଥାଇ ସୁଦ୍ଧା ଚାଲିବାକୁ ଲାଗିଥା’ନ୍ତି। ଏହାର ଅର୍ଥ ଶୋଇବା ସମୟରେ ଆମ ଶରୀର ସକ୍ରିୟ ରହିଥାଏ।
କିଛି ଲୋକ ଗଭୀର ନିଦ୍ରା ବା ‘ନନ୍‌ ରାପିଡ୍‌ ଆଇ ମୁଭ୍‌ମେଣ୍ଟ୍‌'(NREM) ଅବସ୍ଥାରେ ଚାଲିଥା’ନ୍ତି। ଏହି ସମୟରେ ଲୋକ କ’ଣ କରିଥା’ନ୍ତି ତାହା ତାଙ୍କର ମନେ ରହି ନ ଥାଏ। ଶୋଇବା ସମୟରେ ଆମ ଶରୀର ‘ନନ୍‌ ରାପିଡ୍‌ ଆଇ ମୁଭ୍‌ମେଣ୍ଟ୍‌’ରେ ରହିଥାଏ ଏବଂ ଏହା ଆମ ମସ୍ତିଷ୍କର ସ୍ମୃତିଶକ୍ତି ସହିତ ଜଡ଼ିତ ନ ଥାଏ। ଯେଉଁଥି ପାଇଁ ସକାଳେ ଉଠିବା ପରେ ନିଦରେ ଚାଲିବା କଥା ଆମର ମନେ ରହେ ନାହିଁ।
sleep1

ନିଦରେ ଚାଲିବାର ଅଭ୍ୟାସ ବିଶେଷ କରି ସାନ ପିଲାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ପିଲାଙ୍କ ଶରୀରରେ ‘ଗାବା’ (GABA) ନାମକ କେମିକାଲ୍‌ ରହିଥାଏ। ଏହି କେମିକାଲ୍‌ ସେମାନଙ୍କୁ ନିଦ୍ରା ହେବାର ଅନୁଭୂତି ଦେଇଥାଏ। କିନ୍ତୁ କିଛି ପିଲାଙ୍କ ଶରୀରରେ ଏହି କେମିକାଲ୍‌ କମ୍ ପରିମାଣରେ ତିଆରି ହୋଇଥାଏ। ଯେଉଁ କାରଣରୁ ସେହି ପିଲାମାନେ ନିଦରେ ଚାଲିବାକୁ ଲାଗିଥାନ୍ତି। କିନ୍ତୁ ବୟସ୍କ ଲୋକଙ୍କର ନିଦରେ ଚାଲିବାର ଅନେକ କାରଣ ରହିଛି। ଯେପରିକି ମାତ୍ରାଧିକ ଚିନ୍ତା, ଥକାପଣ, ଚାହା ଏବଂ କଫି ଅଧିକ ମାତ୍ରାରେ ପିଇବା ଆଦି। ଏହା ବ୍ୟତୀତ ଅଭାବ, ଆଲ୍‌କହଲ୍‌ ସେବନ,ଦୁଃଖ ଏବଂ ସବୁ କଥାରେ ଅଧିକ ଚିନ୍ତା କରିବା କାରଣରୁ ମଧ୍ୟ ସେମାନେ ନିଦରେ ଚାଲିଥାନ୍ତି।

– ଯଦି ଆପଣଙ୍କର ନିଦରେ ଚାଲିବାର ଅଭ୍ୟାସ ରହିଛି, ତେବେ ସର୍ବପ୍ରଥମେ ଏହାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ।
– ଭଲ ହେବ ଯଦି ଆପଣ ଶୋଇବାକୁ ଯିବାର ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରିବେ ଏବଂ ପୂରା ୮ଘଣ୍ଚା ଶୋଇବେ।

– ଆଲ୍‌କହଲ୍‌, ଚାହା ଏବଂ କଫି ଜାତୀୟ ସାମଗ୍ରୀକୁ କମ୍‌ ମାତ୍ରାରେ ସେବନ କରନ୍ତୁ।

– ଏସବୁ କରିବା ପରେ ଯଦି ଆପଣଙ୍କର ନିଦରେ ଚାଲିବା ଜାରି ରହେ, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।



from OdishaReporter https://ift.tt/2usFYTZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages