ଆସନ୍ତାକାଲି ଲାଲକିଲ୍ଲାରୁ ମୋଦିଙ୍କ ଅଭିଭାଷଣ, ପଢ଼ନ୍ତୁ କେତେ ପୂରଣ ହୋଇଛି ପ୍ରତିଶ୍ରୁତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଆସନ୍ତାକାଲି ଲାଲକିଲ୍ଲାରୁ ମୋଦିଙ୍କ ଅଭିଭାଷଣ, ପଢ଼ନ୍ତୁ କେତେ ପୂରଣ ହୋଇଛି ପ୍ରତିଶ୍ରୁତି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚମଥର ଲାଗି ଆସନ୍ତାକାଲି ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଚଳିତ କାର୍ଯ୍ୟକାଳରେ ଲାଲକିଲ୍ଲାରୁ ଏହା ମୋଦିଙ୍କର ଶେଷ ଅଭିଭାଷଣ ହେବ। ଏହା ପୂର୍ବରୁ ମୋଦି ଲାଲକିଲ୍ଲା ମଞ୍ଚରେ ୪ ଥର ଅଭିଭାଷଣ ରଖିସାରିଛନ୍ତି। ଏହାରି ଭିତରେ ମୋଦି ୭୦ ବର୍ଷର ପୁରୁଣା ପଞ୍ଚବାର୍ଷିକ ଯୋଜନା ଆୟୋଗକୁ ବନ୍ଦ କରି ନୀତି ଆୟୋଗ ଗଠନ, ସାଂସଦ ଆଦର୍ଶ ଗ୍ରାମ ଯୋଜନା, ଦେଶର ସମୂହ ବିକାଶ ପାଇଁ ଟିମ୍ ଇଣ୍ଡିଆ ଗଠନ-ଏଭଳି ଅନେକ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି।

ଆସନ୍ତାକାଲି ମଧ୍ୟ ମୋଦି ପୂର୍ବ ଭଳି ଅନେକ ସ୍ୱପ୍ନ ଦେଖାଇବେ। କେତେ ନୂଆ ନୂଆ ଯୋଜନା ଘୋଷଣା କରିବେ। ବିକାଶର ଚିତ୍ର ବଖାଣିବେ। ତେବେ ପୂର୍ବରୁ  ମଧ୍ୟ ମୋଦି ଏହି ମଞ୍ଚରେ ଅନେକ ଯୋଜନା ଘୋଷଣା କରିସାରିଛନ୍ତି। ସେ ସବୁ ଯୋଜନାର ଫାଇଦା ଲୋକେ ପାଇଛନ୍ତି ତ ? ଯେଉଁ ବେକାରୀ ହଟିବା ନେଇ ମୋଦି ନାରା ଦେଇଥିଲେ ତାହା ଫଳପ୍ରଦ ହୋଇଛି ତ ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନକୁ ଆସୁଛି।

ତେବେ ବିଭିନ୍ନ ସର୍ଭେ ଏବଂ ଆକଳନ କହୁଛି ପୂର୍ବରୁ ଯେତେ ସବୁ ଯୋଜନା ଏବଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ସେଥିରେ ବିଶେଷ ସଫଳତା ମିଳିନାହିଁ। ଆସନ୍ତୁ ସେଗୁଡ଼ିକ ଉପରେ ନଜର ପକାଇବା।

ଜନଧନ୍‌ ଯୋଜନା

ପ୍ରଥମ ଦଫାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ଜନଧନ୍‌ ଯୋଜନାର ଘୋଷଣା କରିଥିଲେ। ସେତେବେଳେ ମୋଦି କହିଥିଲେ ଯେ, ଏହି ଯୋଜନା ମାଧ୍ୟମରେ  ଦେଶର ଗରିବ ଲୋକଙ୍କୁ ଡେବିଟ୍‌ କାର୍ଡ ସହ ପ୍ରତି ପରିବାରକୁ ୧ ଲକ୍ଷ ଟଙ୍କାର ବୀମା ମିଳିବ। ଏହି ଯୋଜନା ମାଧ୍ୟମରେ ଜଣେ ଗରିବ ପରିବାର ଆବଶ୍ୟକତା ଅନୁଯାୟୀ ଟଙ୍କା ଉଠାଇ ପାରିବେ। ଏହି ଯୋଜନା ଆରମ୍ଭ ହେବା ମାତ୍ରେ ବହୁ ସଂଖ୍ୟାର ଲୋକେ ଜନଧନ ଯୋଜନାରେ ଆକାଉଣ୍ଟ ଖୋଲିଲେ। କିନ୍ତୁ ଯୋଜନାରେ ଘୋଷଣା ହୋଇଥିବା ସୁବିଧା ଲୋକେ ଏଯାଏ ପାଇନାହାନ୍ତି।

ସ୍କିଲ୍‌ ଇଣ୍ଡିଆ  

ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରେ କହିଥିଲେ ଯେ, ଜନସଂଖ୍ୟାର ୬୫ ପ୍ରତିଶତ ହେଉଛନ୍ତି ୩୫ ବର୍ଷ ବୟସରୁ କମ୍‌। ତେଣୁ ଯୁବଶକ୍ତି ହେଉଛି ଭାରତର ମେରୁଦଣ୍ଡ। ଏହି ଯୁବପିଢ଼ିଙ୍କ ଫାଇଦା ପାଇଁ ସରକାର ସ୍କିଲ୍‌ ଇଣ୍ଡିଆ ଯୋଜନା ଘୋଷଣା କରିଛନ୍ତି। ସେହିପରି ଏହି ଯୋଜନା ମାଧ୍ୟମରେ ବେକାରୀ ସଂଖ୍ୟା କମିପାରିବ।  ଯୋଜନା ଘୋଷଣାର ୩ ବର୍ଷ ବିତିଗଲାଣି । ହେଲେ ଏଯାଏ ଏହା ବିଶେଷ ଫଳପ୍ରଦ ହୋଇପାରିନି କି ବେକାରୀ ସଂଖ୍ୟା କମିନି।

ଷ୍ଟାର୍ଟ ଅପ୍‌ ଯୋଜନା

ଦେଶର କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୋଦି ସରକାର ଷ୍ଟାର୍ଟ ଅପ୍‌ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାକୁ ମଧ୍ୟ ମୋଦି ଲାଲକିଲ୍ଲାରୁ ଘୋଷଣା କରିଥିଲେ। ହେଲେ ଏହା ମଧ୍ୟ ଆଖିଦୃଶିଆ ସଫଳତା ପାଇପାରିନି।

ମେକ ଇନ୍‌ ଇଣ୍ଡିଆ

ଦେଶର କାରବାରକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମେକ୍‌ ଇନ୍ ଇଣ୍ଡିଆ ଯୋଜନା ଘୋଷଣା କରିଥିଲେ। ଲକ୍ଷ୍ୟ ଥିଲା ଦେଶରେ ମାନ୍ୟୁଫ୍ୟାକ୍‌ଚିରିଂ ତଥା ଉତ୍ପାଦନ ବଢ଼ିବ। ଏହି ଯୋଜନା ମଧ୍ୟ ସେମିତି କିଛି ଫଳପ୍ରଦ ହୋଇପାରିନି।

ସାଂସଦ ଆଦର୍ଶ ଗ୍ରାମ ଯୋଜନା

୨୦୧୪ରେ ଏନ୍‌ଡିଏ ସରକାର ଶାସନକୁ ଆସିବା ପରେ ମୋଦି ତାଙ୍କ ପ୍ରଥମ ଲାଲକିଲ୍ଲା ଭାଷଣରେ ସାଂସଦ ଆଦର୍ଶ ଗ୍ରାମ ଯୋଜନା କଥା ଘୋଷଣା କରିଥିଲା। ଏହି ଯୋଜନା ଅନୁଯାୟୀ ସାଂସଦମାନେ ନିଜ କ୍ଷେତ୍ରରେ ଯେକୌଣସି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରି ଏହାର ବିକାଶ ଦିଗରେ ଗୁରୁତ୍ୱ ଦେବା କଥା। ପ୍ରତି ସାଂସଦ ୨୦୧୯ ସୁଦ୍ଧା ଏମିତି ୩ଟି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରିପାରିବେ। ଘୋଷଣାର ପ୍ରଥମ ବର୍ଷରେ ଏହି ଯୋଜନା ବେଶ କାର୍ଯ୍ୟକାରୀ ହେଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ସମ୍ପୂର୍ଣ୍ଣ ଧିମେଇଯାଇଛି କହିଲେ ଭୁଲ ହେବ ନାହିଁ।



from OdishaReporter https://ift.tt/2w7Md0r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages