ସଲମାନ୍‌ଙ୍କୁ ବାହା ହେଲେ କ୍ୟାଟ୍ରିନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ସଲମାନ୍‌ଙ୍କୁ ବାହା ହେଲେ କ୍ୟାଟ୍ରିନା!

katrina

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ‘ଦବଙ୍ଗ’ ଖାନ୍‌ ସଲମାନ୍‌ଙ୍କ ଭଉଣୀ ଅର୍ପିତା ସୋଶାଲ୍ ମିଡିଆରେ ନିକଟରେ ଏକ ଫଟୋ ଶେୟାର୍ କରିଥିଲେ। ଏହି ଫଟୋରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ବୋହୂ ବେଶରେ ଅଛନ୍ତି ଏବଂ ସଲମାନ୍‌ଙ୍କ ମା’ ସଲ୍‌ମା ତାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି।

ଏହି ଫଟୋଟି ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ କେତେକ ଫ୍ଯାନ୍‌ ସଲମାନ୍ ଓ କ୍ୟାଟ୍ରିନାଙ୍କ ବିବାହ ସରିଯାଇଛି ବୋଲି ଧରି ନେଇଥିବାବେଳେ ଆଉ କେତେକ ଏହାକୁ ବିବାହ ପୂର୍ବର ସୂଚନା ବୋଲି ଭାବିଛନ୍ତି। କିନ୍ତୁ ପ୍ରକୃତରେ ସେମିତି କିଛି ହୋଇନାହିଁ।  ପ୍ରକୃତ କଥା ହେଉଛି, ସଲମାନ୍‌ ଓ କ୍ୟାଟ୍ରିନା ଅଭିନୀତ ଫିଲ୍ମ ‘ଭାରତ’ର ଏବେ ଶୁଟିଂ ଚାଲିଛି। ଆଉ ସେଥିପାଇଁ ଦୁହେଁ ଏବେ ମାଲ୍ଟାରେ ଅଛନ୍ତି। ସଲମାନ୍‌ଙ୍କ ମା’ ସଲ୍‌ମା ମଧ୍ୟ ସେଠାରେ ଅଛନ୍ତି।

ଫିଲ୍ମରେ ନିଜ ଚରିତ୍ରର ଆବଶ୍ୟକତା ଅନୁସାରେ, ଶୁଟିଂବେଳେ କ୍ୟାଟ୍ରିନା ବୋହୂ ବେଶରେ ଥିବାବେଳେ ସେଟ୍‌ରେ ଥିବା ସଲମାନ୍‌ଙ୍କ ମା’ ସଲ୍‌ମାଙ୍କ ନିକଟକୁ ଯାଇଥିଲେ। ଆଉ କ୍ୟାଟ୍ରିନାଙ୍କୁ ସଲ୍‌ମା ଆଲିଙ୍ଗନ କରିବାବେଳେ ସଲମାନ୍‌ଙ୍କ ଭଉଣୀ ସେ ସମୟରେ ଫଟୋ ଉଠାଇଥିଲେ। ଯାହାକୁ ଅର୍ପିତା ତାଙ୍କ ଟ୍ୱିଟର୍‌ ଆକାଉଣ୍ଟ୍‌ରେ ବି ପୋଷ୍ଟ୍‌ କରିଥିଲେ। ପରେ ସେ ତାକୁ ଡିଲିଟ୍‌ କରିଦେଇଥିଲେ।

katrinaaଅର୍ପିତା ଏହି ଫଟୋକୁ ଡିଲିଟ୍‌ କରିଦେବା ପୂର୍ବରୁ ଏହା ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇ ସାରିଥିଲା। ତେବେ ପରେ ଅର୍ପିତା ଏହି ଫଟୋକୁ କାହିଁକି ଡିଲିଟ୍‌ କରିଦେଲେ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଅନୁମାନ କରାଯାଉଛି, କ୍ୟାଟ୍ରିନାଙ୍କ ଏହି ବୋହୂ ବେଶ ଲିକ୍ ହୋଇ ଯାଇଥିବା କାରଣରୁ ଅର୍ପିତା ଏମିତି କରି ଥାଇପାରନ୍ତି।

ସେ ଯାହା ହେଉ ନା କାହିଁକି, ସଲମାନ୍‌ ଓ କ୍ୟାଟ୍ରିନାଙ୍କ ଫ୍ୟାନ୍‌ମାନଙ୍କୁ କିନ୍ତୁ ଏହି ଫଟୋଟି ବେଶ୍ ଖୁସି ଆଣି ଦେଇଛି। ଅବଶ୍ୟ ସଲମାନ୍‌ ଓ କ୍ୟାଟ୍ରିନାଙ୍କ ଲଭ୍‌ଷ୍ଟୋରୀ ଏବେ ପୁରୁଣା ହୋଇଗଲାଣି। ପୂର୍ବରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ ପରେ ଉଭୟଙ୍କ ଧ୍ୟରେ ଦୂରତା ବୃଦ୍ଧି ପାଇଥିଲା। କିନ୍ତୁ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ ପରେ ଦୁହିଁଙ୍କ ମଧ୍ୟରେ ପୁଣି ନିବିଡ଼ତା ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି।



from Odisha Reporter https://ift.tt/2LDpSh2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages