ଜାଣନ୍ତୁ, ପାରମ୍ପରିକ ପୋଷାକ ସହ କେମିତି ନେବେ ମେକ୍‌ଅପ୍‌? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଜାଣନ୍ତୁ, ପାରମ୍ପରିକ ପୋଷାକ ସହ କେମିତି ନେବେ ମେକ୍‌ଅପ୍‌?

makeup

ବିଭିନ୍ନ ପର୍ବପର୍ବାଣିରେ ସାଧାରଣତଃ ଝିଅ ବୋହୂମାନେ ପାରମ୍ପରିକ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି। ହେଲେ, ଏଭଳି ନିଆରା ଅବସରରେ କେବଳ ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ ପିନ୍ଧି ଦେଲେ ହେବନାହିଁ। ବରଂ ପର୍‌ଫେକ୍ଟ୍‌ ଲୁକ୍‌ ପାଇଁ ଆପଣଙ୍କ ପାଇଁ ମେକଅପ୍‌ ମଧ୍ୟ ଜରୁରୀ। ଆଜି ଆମେ ଆପଣଙ୍କୁ ଜଣାଇବୁ, ପାରମ୍ପରିକ ପୋଷାକରେ କିଭଳି ମେକ୍‌ଅପ୍ ନେବା ଆବଶ୍ୟକ ।

୧. ଭାରି ଗହଣା ସହିତ ହାଲ୍‌କା ମେକ୍‌ଅପ୍‌ ନିଅନ୍ତୁ

ଆଉଟ୍‌ଫିଟ୍‌ ସହ କେବଳ କେବଳ ଜୁଏଲାରୀ ନୁହେଁ, ମେକ୍ଅପ୍ ମଧ୍ୟ ମ୍ୟାଚ୍ କରିବା ଜରୁରୀ । ଯଦି ଆପଣ ଭାରି ଗହଣା ପିନ୍ଧୁଛନ୍ତି ତେବେ ମୁହଁରେ ଗାଢ଼ ମେକ୍‌ଅପ୍ ଛାଡ଼ି ହାଲ୍‌କା ମେକ୍‌ଅପ୍‌ ହିଁ ନିଅନ୍ତୁ। ହଁ, ମନେରଖନ୍ତୁ, ଗୋଲ୍ଡ୍ ଜୁଏଲାରୀ ସହ କେବେ ବି ଗ୍ଲିଟର୍‌ ମେକ୍‌ଅପ୍‌ ନେବେ ନାହିଁ।

pic2

୨. ମେକ୍‌ଅପ୍‌ରେ ସବୁଠୁ ଜରୁରି କାଜଲ୍

ମେକ୍‌ଅପ୍‌ରେ ‘ଆଇ ମେକ୍‌ଅପ୍‌’ ସବୁଠୁ ଜରୁରୀ । ଦିନରେ ହେଉ ବା ରାତି, ଫଙ୍କ୍‌ସନ୍‌ର ଟାଇମିଂ ଅନୁସାରେ ହିଁ ଆଇ ମେକ୍‌ଅପ୍‌ କରିବା ଉଚିତ୍‌। ରାତିବେଳା ଫଙ୍କ୍‌ସନ୍‌ ପାଇଁ ସ୍ମୋକି ଆଇଜ୍‌ର ମେକ୍‌ଅପ୍‌ ସବୁଠୁ ଆକର୍ଷଣୀୟ। ସେହିପରି ଦିନ ପାଇଁ ହାଲ୍‌କା ଆଇ ମେକ୍‌ଅପ୍‌ କରିବା ଭଲ। ମନେରଖନ୍ତୁ, କାଜଲ ସହ ଆଇଲାଇନର୍ ଲଗାଇବାକୁ ଯେପରି ନ ଭୁଲନ୍ତି।

୩. ମସ୍କାରା ଲଗାଇ ଫିନିସିଙ୍ଗ୍‌ ଟଚ୍‌ ଦିଅନ୍ତୁ

ଆଇ ମେକ୍‌ଅପ୍‌କୁ ଭଲ ଫିନିସିଙ୍ଗ୍ ଦେଇଥାଏ ମସ୍କାରା। ଏହାଦ୍ୱାରା ଆଖିର ପଲକ ଘନ ଓ କଳା ଦେଖାଯାଏ। ଏହାସହ ଆଖିର ସୁନ୍ଦରତା ଆହୁରି ବଢ଼ିଯାଏ।

୪. ଲିପ୍‌ଷ୍ଟିକ୍‌ ଲଗାଇ ମେକ୍‌ଅପ୍‌ରେ ଚାର୍‌ ଚାନ୍ଦ୍‌ ଲଗାନ୍ତୁ

ପର୍ବପର୍ବାଣୀରେ ସୁନ୍ଦର ଦେଖାଯିବା ପାଇଁ ଡାର୍କ୍‌ ଓ ବ୍ରାଇଟ୍‌ ସେଡ୍‌ର ଅଲଗା ଅଲଗା ଲିପ୍‌ଷ୍ଟିକ୍‌ ଲଗାନ୍ତୁ। ରେଡ୍‌, ଫୁସିଆ, ଅରେଞ୍ଜ୍‌ ଓ ବର୍‌ଗଣ୍ଡି ପରି କଲର୍‌ ସବୁ ପ୍ରକାରର ସ୍କିନ୍‌ ଟୋନ୍‌କୁ ସୁଟ୍‌ କରେ। ଏଥିସହ ଏସବୁ ସେଡ୍‌ର ଲିପଷ୍ଟିକ୍‌ ଗୋଲ୍ଡେନ୍‌ ହେଉ ବା ସିଲ୍‌ଭର୍‌, ସବୁପ୍ରକାର ଆଉଟ୍‌ଫିଟ୍‌ ସହ ସହଜରେ ମ୍ୟାଚ୍‌ ହୋଇଯାଏ।



from OdishaReporter https://ift.tt/2Om9mDS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages