ଫୁଟ୍‌ପାଥ୍‌ରେ ଶୋଇଥିବା ୪ ଜଣଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ ବିଜେପି ନେତାଙ୍କ ପୁଅ, ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ଫୁଟ୍‌ପାଥ୍‌ରେ ଶୋଇଥିବା ୪ ଜଣଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ ବିଜେପି ନେତାଙ୍କ ପୁଅ, ୨ ମୃତ

bjp

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରର ଗାନ୍ଧିନଗର ଷ୍ଟେସନ୍‌ ବହାରେ ଗତକାଲି ରାତିରେ ଜଣେ ବିଜେପି ନେତାଙ୍କ ପୁଅ ମଦ ନିଶାରେ ଫୁଟ୍‌ପାଥ୍‌ରେ ଶୋଇଥିବା ୪ ଜଣ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି।

ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ କରୌଲୀ ଜିଲ୍ଲାର ବିଜେପି କୃଷକ ମୋର୍ଚ୍ଚା ଅଧ୍ୟକ୍ଷ ବଦ୍ରିନାରାୟଣ ମୀଣାଙ୍କ ପୁଅ ଭାରତ ଭୂଷଣ ମୀଣା।
ଭାରତ ପେସାରେ ଜଣେ ବିଲଡର୍। ସେ ମଦ ନିଶାରେ ଏତେ ଚୂର ଥିଲେ ଯେ, ଗାଡ଼ିରୁ ବାହାରିବା ପରେ ତଳେ ପଡ଼ିଯାଇଥିଲେ।
ଗାଡ଼ି ଚଢ଼ାଇ ଦେବା ପରେ ଭାରତ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ଏକ କ୍ଷୀର ଗାଡ଼ିର ଚାଳକ ଓ ଅନ୍ୟ କିଛି ଲୋକ ତାଙ୍କୁ କାବୁ କରି ନେଇଥିଲେ।
ପୁଲିସ୍‌ ଭାରତଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେ ପୁଲିସ୍‌କୁ କହିଛନ୍ତି, “ଜୟପୁରରେ ରହୁଥିବା ବାପାମାଆଙ୍କୁ ଦେଖା କରିବାକୁ ଆସିଥିଲି। ଆଜି କରୌଲୀ ଫେରିବାର ଥିଲା। ହେଲେ ସାଙ୍ଗମାନେ ମଦ ପାର୍ଟି ନାଁରେ ଅଟକାଇ ଦେଇଥିଲେ।”



from Odisha Reporter https://ift.tt/2BZRo8I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages