ପାଟିରୁ ଦୁର୍ଗନ୍ଧ ବାହାରୁଛି କି? ଜାଣନ୍ତୁ ଏହାର କାରଣ ଓ ନିରାକରଣ ସଂପର୍କରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ପାଟିରୁ ଦୁର୍ଗନ୍ଧ ବାହାରୁଛି କି? ଜାଣନ୍ତୁ ଏହାର କାରଣ ଓ ନିରାକରଣ ସଂପର୍କରେ

mouth

ବେଳେ ବେଳେ ଆମ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ମାଉଥ୍‌ ୱାସ୍‌ କିମ୍ବା ଦିନରେ ୨ ଥର ବ୍ରସ୍‌ କଲେ ସୁଦ୍ଧା ଏହି ଦୁର୍ଗନ୍ଧ ଯାଇ ନଥାଏ। ତେବେ କ’ଣ ପାଇଁ ପାଟିରୁ ଦୁର୍ଗନ୍ଧ ବାହାରେ? ଆମର ଛୋଟ ଛୋଟ ଭୁଲ୍ ଯୋଗୁ ପାଟିରୁ ଦୁର୍ଗନ୍ଧ ବାହାରେ। ସେହି ସବୁ ଛୋଟ ଛୋଟ ଭୁଲ୍‌ଗୁଡ଼ିକ ବିଷୟରେ ଆଜି ଆମେ ଆପଣମାନଙ୍କୁ ସଚେତନ କରାଇବୁ ଯେଉଁଗୁଡ଼ିକୁ ଆପଣ ଅଣଦେଖା କରି ଦିଅନ୍ତି। ତା’ହେଲେ ଆସନ୍ତୁ ଜାଣିବା କାହିଁକି ପାଟିରୁ ଦୁର୍ଗନ୍ଧ ବାହାରେ ଓ ଏଥିରୁ ମୁକ୍ତି ପାଇବାକୁ କ’ଣ କରିବା ଉଚିତ୍।

badbreath1

୧. ପାଣି ପିଅନ୍ତୁ: ଯଥେଷ୍ଟ ପରିମାଣରେ ପାଣି ନ ପିଇଲେ ଶରୀରରେ ଅନେକ ପ୍ରକାରର ରୋଗ ଜନ୍ମ ନେଇଥାଏ। ହେଲେ ଆପଣ ଜାଣନ୍ତି କି, ପାଣି ନ ପିଇଲେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ? ପାଣି ନ ପିଇଲେ ପାଟି ଶୁଖିଲା ହୋଇଯାଏ ଓ ଦୁର୍ଗନ୍ଧ ବାହାରିଥାଏ।

୨. କଫି ଛାଡ଼ନ୍ତୁ: ଅନେକ ଲୋକ ପ୍ରତିଦିନ କଫି ପିଅନ୍ତି। କିଛି ଲୋକ ସକାଳୁ ଉଠି ପ୍ରଥମେ କଫି ପିଅନ୍ତି ଓ ତା’ପରେ ଯାଇ ଅନ୍ୟ କାମ କରନ୍ତି। କିନ୍ତୁ ଏ ଅଭ୍ୟାସ ଭଲ ନୁହେଁ। ଅତ୍ୟଧିକ କଫି ପିଇବା ଦ୍ୱାରା ପାଟି ଶୁଖିଯାଏ। ଫଳରେ ପାଟିରେ ଲାଳ ପ୍ରସ୍ତୁତ ହୋଇପାରେ ନାହିଁ। ତେଣୁ ପାଟିରୁ ଦୁର୍ଗନ୍ଧ ବାହାରିଥାଏ।

୩. ଭଲ ଭାବେ କୁଳି କରନ୍ତୁ: ସବୁବେଳେ ଖାଇବା ପରେ ଭଲ ଭାବେ କୁଳି କରନ୍ତୁ। ଏମିତି କଲେ ଦାନ୍ତରେ ଖାଦ୍ୟ ଲାଗି ରହେ ନାହିଁ। ଫଳରେ ପାଟିରୁ ଦୁର୍ଗନ୍ଧ ବାହାରି ନ ଥାଏ।

୪. ବ୍ରଶ୍‌ ବଦଳାନ୍ତୁ: ଗୋଟିଏ ବ୍ରଶ୍‌କୁ ଅନେକ ଦିନ ଯାଏ ବ୍ୟବହାର କରନ୍ତୁ ନାହିଁ। କାରଣ ବ୍ରଶ୍ ପୁରୁଣା ହୋଇଗଲେ ଏଥିରେ ବ୍ୟାକ୍ଟେରିଆ ଜମିବାକୁ ଲାଗେ। ଆଉ ଏହି ବ୍ୟାକ୍ଟେରିଆ ବ୍ରଶ୍ ମାଧ୍ୟମରେ ପାଟିକୁ ଯାଏ। ଫଳରେ ପାଟିରୁ ଦୁର୍ଗନ୍ଧ ବାହାରେ। ଏହି ବ୍ୟାକ୍ଟେରିଆ ଯୋଗୁଁ ଅନ୍ୟାନ୍ୟ ରୋଗ ବି ହୋଇଥାଏ।

mouth9

୫. ମାଉଥ୍ ୱାସ୍‌ ବ୍ୟବହାର କଲା ବେଳେ ସାବଧାନ ହୁଅନ୍ତୁ: କେବେ ହେଲେ ଆଲ୍‌କହଲ୍‌ ଯୁକ୍ତ ମାଉଥ୍ ୱାସ୍‌ ବ୍ୟବହାର କରନ୍ତୁ ନାହିଁ। ଏପରି କଲେ ପାଟି ଶୁଖିଯାଏ ଓ ଦୁର୍ଗନ୍ଧ ବାହାରେ।

୬. ଜିଭ ସଫା କରନ୍ତୁ: ଦାନ୍ତ ସହ ଜିଭକୁ ମଧ୍ୟ ଭଲ ଭାବେ ସଫା କରନ୍ତୁ। ଜିଭକୁ ନିୟମିତ ସଫା କଲେ ପାଟିରକୁ ଦୁର୍ଗନ୍ଧ ବାହାରି ନଥାଏ।

୭. ମାଉଥ୍‌ ଫ୍ରେସ୍‌ନର କ୍ଷତିକାରକ: ଲୋକମାନେ ପାଟି ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ମାଉଥ୍‌ ଫ୍ରେସନର୍ ବ୍ୟବହାର କରନ୍ତି। କିନ୍ତୁ ଏଗୁଡ଼ିକ କେବଳ ଅଳ୍ପ ସମୟ ପାଇଁ କାମ କରିଥାଏ। ଓଲଟା ଅଧିକ ମିଠା ମାଉଥ୍‌ ଫ୍ରେସ୍‌ନର ବ୍ୟବହାର କଲେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ତେଣୁ ସବୁବେଳେ ସୁଗାର୍‌ ଫ୍ରି  ମାଉଥ୍‌ ଫ୍ରେସ୍‌ନର ହିଁ ବ୍ୟବହାର କରନ୍ତୁ।



from OdishaReporter https://ift.tt/2vBsV39

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages