ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଜିଲ୍ଲାପାଳ କରୁଛନ୍ତି ‘ସର୍ପଶାନ୍ତି ଯଜ୍ଞ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଜିଲ୍ଲାପାଳ କରୁଛନ୍ତି ‘ସର୍ପଶାନ୍ତି ଯଜ୍ଞ’

ତିରୁବନନ୍ତପୁରମ୍‌(ଓଡ଼ିଶା ରିପୋର୍ଟର): କେରଳର ବନ୍ୟା ବିଭୀଷିକା ପ୍ରସମିତ ହୋଇଛି। ପାଣି ଛାଡୁଛି। ନଈନାଳରୁ କମୁଛି ଜଳସ୍ତର। ହେଲେ ବନ୍ୟା ପରର ଦୁର୍ଦ୍ଦଶାରେ ସନ୍ତୁଳି ହେଉଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଭୟ ଏବେ ସାପ ଆଉ କୁମ୍ଭୀରଙ୍କୁ।

ପାଣି ଛାଡିଯିବା ପରେ ଏବେ ସାପ ଆଉ କୁମ୍ଭୀରଙ୍କ ଉପଦ୍ରବ ବଢିଯାଇଛି। ନଈକୂଳିଆ ଅଞ୍ଚଳରେ ଜନବସତି ମୁହାଁ ହେଉଛନ୍ତି ଏହି ବନ୍ୟପ୍ରାଣୀ। ଖାଲି କେରଳ ନୁହେଁ, ଏହି ଦୁର୍ଦ୍ଦଶା ଏବେ କେରଳ ଡେଇଁ ଆନ୍ଧ୍ର ମୁହାଁ ହେଲାଣି।

ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ୧୪୪ ଜଣ ଲୋକଙ୍କୁ ସାପ କାମୁଡିଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଦୁଃଖର କଥା ହେଉଛି, ସାପ କାମୁଡ଼ା ଯୋଗୁ ହସ୍ପିଟାଲ୍‌ରେ ଭର୍ତ୍ତି ହେଉଥିବା ସମସ୍ତ ପୀଡ଼ିତ ହେଉଛନ୍ତି ଚାଷୀ। ବିଲବାଡ଼ିରେ କାମ କରୁଥିବା ବେଳେ ଏମିତି ଘଟଣା ଏବେ କିଛି ଦିନ ହେବ ନିତିଦିନିଆ ହେଲାଣି।

ଖାଲି ଲୋକେ ନୁହଁନ୍ତି, ଏହା ଏବେ ପ୍ରଶାସନର ମଧ୍ୟ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଫଳରେ ଖୋଦ୍‌ ଜିଲ୍ଲାପାଳ ମହୋଦୟ ଠାକୁରଙ୍କ ଶରଣାପନ୍ନ ହୋଇଛନ୍ତି। ଆରମ୍ଭ ହୋଇଛି ଯାଗଯଜ୍ଞ।

ଜିଲ୍ଲାପାଳ ବି.ଲକ୍ଷ୍ମୀକାନ୍ତମ୍‌ ନିଜ ଜିଲ୍ଲାରେ ସର୍ପଶାନ୍ତି ଯଜ୍ଞ ଆରମ୍ଭ କରିଛନ୍ତି। ଜିଲାପାଳଙ୍କ ନିଷ୍ପତ୍ତି କ୍ରମେ ସମସ୍ତ ବ୍ଲକର ବିଭିନ୍ନ ଧାର୍ମିକ ପୀଠରେ ସର୍ପ ଦେବତାଙ୍କୁ ଶାନ୍ତି କରିବାକୁ ଆରମ୍ଭ ହୋଇଛି ସର୍ପ ଶାନ୍ତି ଯଜ୍ଞ। ଜିଲ୍ଲାବ୍ୟାପୀ ୧୫ ଜଣ ବ୍ରାହ୍ମଣ ଏଥିପାଇଁ ସରକାରୀ ଭାବେ ନିୟୋଜିତ ହୋଇ  ‘ସର୍ପ ଦୋଷ ନିବାରଣ ପୂଜା’ ମଧ୍ୟ କରୁଛନ୍ତି।

ଜିଲ୍ଲାପାଳଙ୍କ କହିବା ମୁତାବକ,ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏଭଳି ଯଜ୍ଞର ଆୟୋଜନ କରାଯାଇଛି। ଅନ୍ୟପକ୍ଷରେ ସଫେଇ ଅଭିଯାନକୁ ତ୍ୱରାନ୍ୱିତ କରିବା ସହ ଘର ଚାରିପଟେ ବ୍ଲିଚିଂ ପାଉଡର ପକାଇବା, ବୁଦା ଓ ଅଳିଆ ଆବର୍ଜନା ପରିଷ୍କାର କରିବା ଲାଗି ସଚେତନ କରାଯାଉଛି ।

ସର୍ପ ଉପଦ୍ରବ କରୁଥିବା ଅଞ୍ଚଳଗୁଡିରେ ଥିବା ଡାକ୍ତରଖାନାଗୁଡିକୁ anti-venom ଡ୍ରଗ୍ସ ପ୍ରେରଣ ଲାଗି ଗୁରୁତ୍ୱ ଦିଆଯାଇଛି। ଏଥିସହ ହୋମିଓପ୍ୟାଥି ଚିକିତ୍ସାକେନ୍ଦ୍ରଗୁଡିକରେ ମଧ୍ୟ କିପରି ସାପକାମୁଡ଼ା ରୋଗୀ ତୁରନ୍ତ ଚିକିତ୍ସିତ ହେବେ, ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି।



from Odisha Reporter https://ift.tt/2PdGA8P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages