୨୯ଟି ବଲ୍‌ ଖେଳିଲେ, କିନ୍ତୁ ଖାତା ଖୋଲି ପାରିଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

୨୯ଟି ବଲ୍‌ ଖେଳିଲେ, କିନ୍ତୁ ଖାତା ଖୋଲି ପାରିଲେନି

pant

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଉଥାମ୍ପଟନ୍‌ରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ଖେଳା ଯାଉଛି। ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୨୪୬ ରନ୍‌ରେ ଅଲ୍‌ ଆଉଟ୍ ହୋଇଥିବା ବେଳେ ଭାରତ ପ୍ରଥମ ଇନିଂସ୍‌ରେ ୨୭୩ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି।

ଗତକାଲି ଦ୍ୱିତୀୟ ଦିନରେ ଭାରତ ପକ୍ଷରୁ ଚେତେଶ୍ୱର ପୂଜାରାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଲମ୍ବା ଇନିଂସ୍ ଖେଳି ପାରି ନଥିଲେ। ପୂଜାରା ୨୫୭ ବଲ୍‌ରେ ୧୩୨ ରନ୍ କରି ଅପରାଜିତ ରହିଥିଲେ। ତାଙ୍କ ପଛକୁ ସର୍ବାଧିକ ରନ୍ କରିଥିଲେ ବିରାଟ କୋହଲି। ସେ ୪୬ ରନ୍ କରିଥିଲେ। ଶିଖର ଧାୱନ୍‌ ୨୩ ଓ ଲୋକେଶ ରାହୁଲ ୧୯ ରନ୍ କରିଥିଲେ। ଆଜିଙ୍କ୍ୟ ରାହାଣେ ୧୧ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪, ରବିଚନ୍ଦ୍ରନ ଅଶ୍ୱିନ ୧, ଇଶାନ୍ତ ଶର୍ମା ୧୪ ଓ ଜଶପ୍ରିତ ବୁମ୍ରା ୬ ରନ୍ କରିଥିଲେ।

ଦୁଇ ଜଣ ଶୂନରେ ଆଉଟ୍ ହୋଇଥିଲେ। ସେମାନେ ହେଲେ ୱିକେଟ୍ କିପର୍ ରିଷଭ ପନ୍ତ୍‌ ଓ ବୋଲର୍ ମହମ୍ମଦ ଶାମି। ଶାମି ଗୋଟିଏ ବଲ୍‌ର ସମ୍ମୁଖୀନ ହୋଇଥିଲେ ଓ ସେହି ବଲ୍‌ରେ ମୋଇନ୍ ଅଲ୍ଲୀଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ।

ରିଷଭ ପନ୍ତ ୨୯ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ, କିନ୍ତୁ ଖାତା ଖୋଲି ପାରି ନଥିଲେ। ୨୯ତମ ବଲ୍‌ରେ ସେ ମୋଇନ୍ ଅଲ୍ଲୀଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ଏବେ ସେ ଇରଫାନ୍ ପଠାନ ଓ ସୁରେଶ ରୈନାଙ୍କ ସମକକ୍ଷ ହୋଇଛନ୍ତି। ପୂର୍ବରୁ ଏ ଦୁଇ ବ୍ୟାଟ୍ସମ୍ୟାନ୍ ମଧ୍ୟ ୨୯ଟି ବଲ୍‌ରେ ଶୂନ ରନ୍ କରିଥିଲେ।

୨୦୧୧ରେ ଭାରତ ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ସୁରେଶ ରୈନା ୨୯ଟି ବଲ୍‌ର ସମ୍ମୁଖୀନ ହୋଇ ଶୂନରେ ଆଉଟ୍ ହୋଇଥିଲେ।

ଏହା ପୂର୍ବରୁ ୨୦୦୫ରେ ବେଙ୍ଗାଲୁରୁଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଏକ ଟେଷ୍ଟ୍ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ଇର୍‌ଫାନ୍ ପଠାନ୍ ୨୯ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ ଓ ଶୂନରେ ଆଉଟ୍ ହୋଇଥିଲେ।

୨୦୦୮ରେ ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟରେ ଭିଭିଏସ୍ ଲକ୍ଷ୍ମଣ ୨୪ଟି ବଲ୍ ଖେଳି ଶୂନରେ ଆଉଟ୍ ହୋଇଥିଲେ।



from Odisha Reporter https://ift.tt/2wy0qVD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages