ଲଘୁଚାପ ସ୍ଥିର: ୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ, ବିପଦସଙ୍କେତ ଟପିଲା ମଥାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଲଘୁଚାପ ସ୍ଥିର: ୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ, ବିପଦସଙ୍କେତ ଟପିଲା ମଥାନୀ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବି ସ୍ଥିର ରହିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଭୁବନେଶ୍ୱର, କଟକ ସମେତ ଉପକୂଳ ଓଡ଼ିଶାରେ ଗତକାଲି ସଂଧ୍ୟାରୁ ପ୍ରବଳ ବର୍ଷା ହୋଇଛି। ମିଳିଥିବା ସୂଚନା ମୁତାବକ ଗତକାଲି ସଂଧ୍ୟାରୁ ମଧ୍ୟରାତ୍ରି ମଧ୍ୟରେ ଭୁବନେଶ୍ୱରରେ ୧୦୨ ମିମି ବର୍ଷା ରେକର୍ଡ କରାଯାଇଛି।

ନୟାପଲ୍ଲୀ, ଜୟଦେବ ବିହାର, ସିଆରପି ଛକ, ପାଇକ ନଗରରେ ପାଣି ଜମା ହୋଇ ରହିଛି।  ଏପରିକି କିଛି ଅଞ୍ଚଳର ଲୋକଙ୍କ ଘରେ ପାଣି ପସି ଯାଇଥିବା ଜଣାପଡ଼ିଛି। ଜାତୀୟ ରାଜପଥ ଏବଂ ରାଜଧାନୀର ପ୍ରମୁଖ ଅଞ୍ଚଳରେ ପାଣିର ସୁଅ ଛୁଟୁଥିବାରୁ ଯାତାୟତରେ ଅସୁବିଧା ଉପୁଜିଛି।   ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, କଟକ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଏହାପରେ ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କେତେକ ଅଞ୍ଚଳରେ ଝଡ଼ତୋଫାନ, ବର୍ଷା, ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।  ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।  ସେପଟେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ମଥାନୀରେ ଜଳକା ନଦୀ ବିପଦ ସଙ୍କେତ ଟପିଛି।



from OdishaReporter https://ift.tt/2M0zRSE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages