ଜନ୍ମଦିନରେ ସାଙ୍ଗ ଘରେ କରିବାକୁ ପଡ଼ିଥାଏ ସଫେଇ, ଏମିତି ରହିଛି ପରମ୍ପରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ଜନ୍ମଦିନରେ ସାଙ୍ଗ ଘରେ କରିବାକୁ ପଡ଼ିଥାଏ ସଫେଇ, ଏମିତି ରହିଛି ପରମ୍ପରା

birthday

ନୂଆଦିଲ୍ଲୀ:ଜନ୍ମଦିନ ସମସ୍ତଙ୍କ ପାଇଁ ଖାସ୍‌ ହୋଇଥାଏ। ନୂଆଡ୍ରେସ୍‌ ସାଙ୍ଗକୁ ଜନ୍ମଦିନ କେକ୍‌ ମଧ୍ୟ କଟା ଯାଇଯାଏ। ସାଙ୍ଗସାଥୀ ଏବଂ ବନ୍ଧୁବାନ୍ଧବଙ୍କୁ ଏହି ଦିନ ନିମନ୍ତ୍ରଣ କରାଯାଇଥାଏ। କେହି କେହି ବାହାରକୁ ଯାଇ ଏହି ଦିନକୁ ଧୁମ୍‌ଧାମ୍‌ରେ ପାଳିଥାଆନ୍ତି ତ ଅନ୍ୟ କେହି ଘରେ ନିଜ ପରିବାର ସହିତ ଜନ୍ମଦିନ ମନାଇଥାଆନ୍ତି। ଏହା ସହିତ ଘରେ ବିଭିନ୍ନ ପ୍ରକାରର ଖାଇବା ଜିନିଷ ମଧ୍ୟ ତିଆରି କରାଯାଇଥାଏ। ଥରେ ଭାବନ୍ତୁ, ଯଦି ଆପଣଙ୍କୁ ନିଜ ଜନ୍ମଦିନରେ ଏସବୁ ବଦଳରେ କାହାର ଘର ସଫା କରିବାକୁ କୁହାଯାଏ, ଆପଣଙ୍କୁ କେମିତି ଲାଗିବ? ଏହା କୌଣସି ମନଗଢ଼ା କଥା ନୁହେଁ, ଏପରି ଜର୍ମାନୀରେ ଦେଖିବାକୁ ମିଳିଥାଏ।

birthday

ଯଦି ଆପଣ ଜର୍ମାନୀ ଯାଉଛନ୍ତି, ତେବେ ସେଠାରେ ନିଜର ଜନ୍ମଦିନ ଥରେ ପାଳନ କରନ୍ତୁ। କିନ୍ତୁ ସର୍ତ୍ତ ଅନୁସାରେ ଆପଣଙ୍କୁ ସେଠାରେ ଆପଣଙ୍କ ସାଙ୍ଗର ଘର ସଫା କରିବାକୁ ପଡ଼ିବ। ଏହା ସେଠାକାର ପରମ୍ପରା। ଏହି ପରମ୍ପରା ପୁରୁଣା ହୋଇଥିଲେ ମଧ୍ୟ ଜନ୍ମଦିନକୁ ଖାସ୍‌ କରିବା ପାଇଁ ଏହା ଆଜି ମଧ୍ୟ ପାଳନ କରାଯାଉଛି।

ଏହା ବ୍ୟତୀତ ମଧ୍ୟ ଜନ୍ମଦିନକୁ ନେଇ ଜର୍ମାନୀରେ ଅନେକ ପରମ୍ପରା ରହିଛି। ଯାହାକୁ ବର୍ଷବର୍ଷ ଧରି ପାଳନ କରାଯାଉଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, ‘କ୍ଲିନିଙ୍ଗ୍‌ଦିଡୋରୋନ୍‌ବସ୍‌’(Cleaning the Doronbus)।

ସେଠାରେ ଯେଉଁ ବ୍ୟକ୍ତିର ଜନ୍ମଦିନ ହୋଇଥାଏ, ସେ ନିଜର ପ୍ରିୟ ସାଙ୍ଗ ଘରକୁ ଯାଇ ସଫେଇ କରିଥାଏ। ଯଦି କୌଣସି ମହିଳାଙ୍କ ଜନ୍ମଦିନ ପାଳନ ହୁଏ, ତେବେ ତାଙ୍କୁ କବାଟ ଓ ଝରକାକୁ ସଫା କରିବାକୁ ପଡ଼ିଥାଏ ଏବଂ ପୁରୁଷଙ୍କ ଜନ୍ମଦିନ ହୋଇଥିଲେ, ତାଙ୍କୁ ଝାଡୁମାରିବା, ଘର ପୋଛିବା ସାଙ୍ଗକୁ ଘରର ପ୍ରତ୍ୟେକ ଛୋଟବଡ଼ କାମ କରିବାକୁ ପଡ଼ିଥାଏ।ଏହି ସଫେଇ କାମ କିଛି ଘଣ୍ଟା କରିବା ପରେ ଜନ୍ମଦିନ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ତାଙ୍କୁ ଛାଡ଼ି ଦିଆଯାଇଥାଏ।

housecleaningଆହୁରି ମଧ୍ୟ ଜର୍ମାନୀର କିଛି ସ୍ଥାନରେ ଜନ୍ମଦିନରେ ଲୋକଙ୍କୁ ଘରର କବାଟରେ ଟଙ୍ଗାଇ ଦିଆଯାଇଥାଏ। ଅବିବାହିତ ଯୁବକଯୁବତୀଙ୍କ କ୍ଷେତ୍ରରେ ଏହି ପରମ୍ପରାକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ଜନ୍ମଦିନରେ ଘର ସଫେଇ କଲେ, ବ୍ୟକ୍ତିଙ୍କ ଜୀବନରୁ ସମସ୍ୟା ଦୂରହେବା ସହିତ ଶୀଘ୍ରବିବାହ ହୋଇଯିବ ବୋଲି ବିଶ୍ୱାସ ରହିଛି।



from OdishaReporter https://ift.tt/2nvXW4R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages