ବର୍ଷାଦିନେ ଖାଆନ୍ତୁ ଓ ଖୁଆନ୍ତୁ, ବାଇଗଣ କୋର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ବର୍ଷାଦିନେ ଖାଆନ୍ତୁ ଓ ଖୁଆନ୍ତୁ, ବାଇଗଣ କୋର୍ମା

ଓଡ଼ିଶା ରିପୋର୍ଟର୍‌: ଆପଣ ସୁଆଦିଆ ବାଇଗଣ କୋର୍ମାର ପ୍ରସ୍ତୁତି ପ୍ରଣାଳୀ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି, ତେବେ ଆଜି ହିଁ ଶିଖନ୍ତୁ।

ଆବଶ୍ୟକ ସାମଗ୍ରୀ: ବାଇଗଣ, ଟମାଟୋ, ପିଆଜ, ଅଦା ଓ ରସୁଣ ବଟା, ଗ୍ରୀନ ମଟର, କାଜୁ, ଚାରୁମଗଜ,ଦହି, କରି ପାଉଡ଼ର, ହଳଦି, କଞ୍ଚାଲଙ୍କା,ତେଲ, କ୍ରିମ୍, କଟା ଧନିଆ ପତ୍ର ଏବଂ ସ୍ୱାଦ ଅନୁଯାୟୀ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାଇଗଣକୁ ପୋଡ଼ି ତା’ର ଚୋପା ଛଡ଼ାଇ ଭଲଭାବରେ ଚକଟି ଦିଅନ୍ତୁ। କାଜୁ, ଚାରୁମଗଜ, ଦହି ଓ ଟମାଟୋକୁ ଭଲ ଭାବରେ ବାଟି ଦିଅନ୍ତୁ। ଏହା ସହ ଆବଶ୍ୟକ ଅନୁସାରେ, ପିଆଜ, ଅଦା ଓ ରସୁଣ ବାଟି ରଖନ୍ତୁ। ଏବେ କଡ଼େଇ ବସାଇ ତେଲ ଗରମ କରନ୍ତୁ।

ପ୍ରଥମେ ଏଥିରେ ବଟା ଅଦା, ପିଆଜ ଓ ରସୁଣ ବଟା ମସଲାକୁ ପକାଇ ଭଲ ଭାବରେ କଷନ୍ତୁ। ମସଲା ଟିକେ ଲାଲ୍ ପଡ଼ିଗଲେ, ସେଥିରେ ଟମାଟୋ ପେଷ୍ଟ୍‌, ହଳଦୀ ଗୁଣ୍ଡ, କରି ପାଉଡର୍‌ ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଆହୁରି କଷନ୍ତୁ। କିଛି ସମୟ ପରେ ଗ୍ରୀନ୍‍ ମଟର୍ ଓ କଞ୍ଚା ଲଙ୍କା ପକାଇ ଭାଜନ୍ତୁ। ମସଲା ସମ୍ପୂର୍ଣ୍ଣ କଷି ହୋଇଗଲେ, ସେଥିରେ ଚକଟା ବାଇଗଣକୁ ପକାଇ ଦିଅନ୍ତୁ। ଏସବୁ ଆଉ କିଛି ସମୟ କଷିବା ପରେ ଗ୍ୟାସ୍‌ ବନ୍ଦ କରି ସେଥିରେ ଧନିଆ ପତ୍ର ଓ କ୍ରିମ୍‌ ଦେଇ ରୁଟି ସହ ଗରମା ଗରମ ବାଇଗଣ କୋର୍ମାକୁ ପରଷନ୍ତୁ।

 



from OdishaReporter https://ift.tt/2vHf5NO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages