କାଟୁ କଲାନି ସମାଜର ନାଲିଆଖି: ଦେହଜୀବୀଙ୍କୁ ଜୀବନସାଥୀ କଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

କାଟୁ କଲାନି ସମାଜର ନାଲିଆଖି: ଦେହଜୀବୀଙ୍କୁ ଜୀବନସାଥୀ କଲେ ଯୁବକ

ନୂଆଦିଲ୍ଲୀ: ‘ୟେ ଇସ୍କ ନହିଁ ଆସାନ୍‌, ବସ୍‌ ଇତନା ସମଝ୍‌ ଲିଜିଏ। ଆଗ୍‌ କା ଦରିଆ ହେ ଔର୍‌ ଡୁବ୍‌କେ ଜାନା ପ୍ରସିଦ୍ଧ ଉର୍ଦ୍ଦୁ ଓ ପାର୍ସୀ କବି ମିର୍ଜା ଗାଲିବ୍‌ଙ୍କର ଭାଷାରେ ପ୍ରେମର ପଥ ଏତେ ସହଜ ନୁହେଁ। ଆଉ ଥରେ ଯଦି କିଏ ପ୍ରେମରେ ପଡ଼ିଯାଏ, ତା’ହେଲେ ସେ ସମାଜର ସବୁ ବାଧାବନ୍ଧନକୁ ଭାଙ୍ଗି ଦେବାର ସାହସ ରଖେ।

ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମର କଥା କହିବୁ, ଯାହା କେଉଁ ବହିର କାହାଣୀ ନୁହେଁ ବରଂ ସମ୍ପୂର୍ଣ୍ଣ ସତ ଘଟଣା। ମଧ୍ୟପ୍ରଦେଶରେ ଘଟିଥିବା ଏହି ରୋଚକ ଘଟଣା ଶୁଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହେବେ।

ପ୍ରେମିକା ରୂପଜୀବୀ। କୋଠାରେ ନିୟମିତ ଦେହ ବ୍ୟବସାୟ କରନ୍ତି। ଏସବୁ ଜାଣିବା ପରେ ବି ଦେଖୁ ଦେଖୁ ଆଖି ଲାଖିଗଲା, ଆଉ ପ୍ରେମର ବନ୍ଧନରେ ବାନ୍ଧି ହୋଇଗଲେ ଯୁବକ।

ମଧ୍ୟପ୍ରଦେଶ ନିଜାମ ଅଞ୍ଚଳରେ ରହୁଥିବା ଆକାଶ ସେହି ଅଞ୍ଚଳର ଜଣେ ରୂପଜୀବୀଙ୍କୁ ଦେଖିବା ଦିନରୁ ହିଁ ଭଲପାଇ ବସିଥିଲେ। ଏପରିକି ଯୁବତୀଙ୍କୁ ଭେଟିବା ପାଇଁ ସେ ପ୍ରତିଦିନ ସେହି କୋଠାକୁ ଆସୁଥିଲେ, ଯେଉଁଠି ଯୁବତୀ ଜଣକ ଦେବ ବ୍ୟବସାୟ କରୁଥିଲେ।

ଧୀରେ ଧୀରେ ଦୁହେଁ ଦୁହିଁଙ୍କୁ ମନ ଦେଇ ବସିଲେ, ଆଉ ମଜଭୁତ ହେବାରେ ଲାଗିଲା ଦୁହିଁଙ୍କର ପ୍ରେମର ବନ୍ଧନ।

ଆକାଶଙ୍କ ପରିବାର ଲୋକେ କିନ୍ତୁ ଏକଥାକୁ ସହଜରେ ଗ୍ରହଣ କରିପାରୁ ନଥିଲେ।

ଦେହର ଦର କଷୁଥିବା ଜଣେ ରୂପଜୀବୀକୁ ବୋହୂ କରି ଆଣିବା ପାଇଁ ଚାହୁଁ ନଥିବାରୁ ସେମାନେ ଆକାଶଙ୍କୁ ଏଥିପାଇଁ ତୀବ୍ର ବିରୋଧ ମଧ୍ୟ କରିଥିଲେ।

କେବଳ ପରିବାର କି ସମ୍ପର୍କୀୟ ନୁହନ୍ତି, ରୂପଜୀବୀଙ୍କୁ ପ୍ରେମ କରୁଥିବାରୁ ଆକାଶଙ୍କୁ ସାରା ଗାଁ’ରେ ମଧ୍ୟ ବିରୋଧ କରାଗଲା।

କିନ୍ତୁ ଏହି ପ୍ରେମୀଯୁଗଳଙ୍କ ପ୍ରତି ସତେ ଯେମିତି ଉପରଵାଲାଙ୍କ ଆଶୀର୍ବାଦ ଥିଲା।

ଗାଁ ଓ ପରିବାରରୁ ବିରୋଧ ଯେତେ ବଢୁଥିଲା, ଆକାଶ ଓ ରୂପଜୀବୀଙ୍କ ପ୍ରେମ ସେତେ ନିବିଡ଼ ହେଉଥିଲା। ଲାଗୁଥିଲା, ଆକାଶଙ୍କ ଜୀବନର ଡଙ୍ଗା ଯେପରି ସେଇଠି, ସେହି କୋଠାରେ ହିଁ ଅଟକି ଯାଇଛି।

ଶେଷରେ ସେଇଆ ହିଁ ହେଲା, ଯାହା ଭଗବାନ ଚାହୁଁଥିଲେ। ସମାଜ ଓ ପରିବାରର ବିରୋଧକୁ ଭ୍ରୁ‍କ୍ଷେପ ନକରି ରୂପଜୀବୀ ପ୍ରେମିକାଙ୍କ ମଥାରେ ସିନ୍ଦୁର ଭରିବାର ଚରମ ନିଷ୍ପତ୍ତି ନେଇ ଆକାଶ।

କୋର୍ଟରେ ତାଙ୍କ ରୂପଜୀବୀ ପ୍ରେମିକାଙ୍କୁ ବିବାହ କରି ଆକାଶ ରଚିଲେ ଅମର ପ୍ରେମର ଅନନ୍ୟ ଉଦାହରଣ।



from OdishaReporter https://ift.tt/2Kofp8B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages