ତୀବ୍ର ହେଉଛି ମୋଦି-ମମତା ଝଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ତୀବ୍ର ହେଉଛି ମୋଦି-ମମତା ଝଡ଼

ହାଓଡ଼ା: ଆସାମରେ ଏନ୍‌ଆରସି ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ୍‌ ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଆରୋପ୍ରତ୍ୟାରୋପ ତୀବ୍ର ରୂପ ଧାରଣ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।  ଇତିମଧ୍ୟରେ ବିଜେପି ପକ୍ଷରୁ ଶୁକ୍ରବାର ଏକ ଭିଡିଓ ଜାରି କରାଯାଇଛି। ଯେଉଁଥିରେ ପଞ୍ଚିମବଙ୍ଗର ଏହି କିଛି ଦିନ ହେବ ଚାଲିଥିବା ଅପ୍ରୀତିକର ପରିସ୍ଥିତି ଓ ଗଣ୍ଡଗୋଳର ଚିତ୍ର ରହିଛି ।

ଆଉ ଭିଡିଓର ଶେଷଭାଗରେ ପଶ୍ଚିମବଙ୍ଗକୁ ନେଇ ଚିନ୍ତା କରିବାର ସମୟ ଆସିଛି ବୋଲି ଟ୍ୟାଗ୍‌ ଲାଇନ୍‌ ରହିଛି। ବିଜେପି ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା କେମିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ତାହା ଏହି ଭିଡିଓରୁ ହିଁ ଦୃଶ୍ୟମାନ ହେଉଛି । ମମତା ଏବେ ଦେଶରେ ଗୃହଯୁଦ୍ଧ ମୁଡରେ ଅଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି।

ସେପଟେ ମମତା ବାନାର୍ଜୀ ମୋଦିଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ପଶ୍ଚିମବଙ୍ଗରେ ଅଶାନ୍ତ ପରିସ୍ଥିତି ପାଇଁ ବିଜେପି ହିଁ ଦାୟୀ। ସୂଚନାଯୋଗ୍ୟ ଯେ,ଆସାମରେ ଏନଆରସି ତାଲିକାରୁ ୪୦ ଲକ୍ଷ ଲୋକ ବାଦ୍‌ ପଡ଼ିଛନ୍ତି। ଆସାମ ନ୍ୟାଶନାଲ୍‌ ରେଜିଷ୍ଟର ଅଫ୍‌ ସିଟିଜେନ୍‌ସ(ଏନ୍‌ଆର୍‌ସି)ର ଚୂଡ଼ାନ୍ତ ଡ୍ରାଫ୍ଟ ଲିଷ୍ଟରେ ୪୦ ଲକ୍ଷ ଲୋକଙ୍କ ନାଗରିକ ନା ନଥିବାରୁ ଏହାକୁ ନେଇ ଝଡ଼  ସୃଷ୍ଟି ହୋଇଛି।



from OdishaReporter https://ift.tt/2OHnjNQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages