
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି ଆପଣଙ୍କ ଘରେ ଗାଈ ଥିବ, ତା’ହେଲେ ହୁଏତ ସେ କେବେ କାନ୍ଦିବାର ଆପଣ ଦେଖିଥିବେ। ଗାଈମାନେ କାନ୍ଦିଲେ ସେମାନଙ୍କ ଆଖିରେ କଳାଦାଗ ହୋଇଯାଏ। ତେବେ ଗାଈ କାନ୍ଦିବା ଭଲ ନୁହେଁ ବୋଲି କୁହାଯାଏ।
ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ, ଗାଈମାନେ କାନ୍ଦିବା ଦ୍ୱାରା ଅଶୁଭ ସଂକେତ ମିଳିଥାଏ। ଗାଈ କାନ୍ଦିବାର ୬ମାସ ମଧ୍ୟରେ ଘରେ କିଛି ବିପଦ ପଡ଼ିବାର ଆଶଙ୍କା ଥାଏ। ସେହିପରି ପେଚା ଦୁଇ ପ୍ରକାରର ଅଛନ୍ତି। ଗୋଟେ ଧଳା ଓ ଅନ୍ୟଟି କଳା। ଯଦି କଳା ରଙ୍ଗର ପେଚା ଆପଣଙ୍କ ଘର ଉପରେ ବସିଥାଏ କିମ୍ବା ଘର ଭିତରକୁ ପଶିଯାଏ, ତା’ହେଲେ ୧୫ଦିନ ମଧ୍ୟରେ କିଛି ଅଶୁଭ ଘଟଣା ଘଟିପାରେ।
ଏସବୁର ପ୍ରତିକାର ରହିଛି। ଏଥିପାଇଁ ଯେ କୌଣସି ଗୁରୁବାର ଦିନ ହଳଦୀ ପାଣିରେ ଭୂଇଁକୁ ଲିପି ଦିଅନ୍ତୁ ଏବଂ ତା’ଉପରେ କିଛି କଳା ଅପରାଜିତା ଫୁଲ ରଖି ମୁଣ୍ଡିଆ ମାରନ୍ତୁ। ବିପଦ ଟଳିଯିବ।
from OdishaReporter https://ift.tt/2MBlPDe
No comments:
Post a Comment