ଏହି ସବୁ କାରଣରୁ ହୋଇଥାଏ ଓଠ କ୍ୟାନସର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଏହି ସବୁ କାରଣରୁ ହୋଇଥାଏ ଓଠ କ୍ୟାନସର୍‌

lip

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାନସର୍‌ ପରି ଭୟାନକ ରୋଗର ନାମ ଶୁଣିବା ମାତ୍ରା ହିଁ ରୋଗୀ ଓ ପରିଜନ ଲୋକେ ଡରିଯାଇଥାନ୍ତି। ବେଳେ ବେଳେ ଆମେ କେତେକ ଲକ୍ଷଣକୁ ସାଧାରଣରେ ନେଇ ଥାଉ।  ଯଦି ସମୟ ପୂର୍ବରୁ ଏହାର ଲକ୍ଷଣ ବିଷୟରେ ଜଣା ପଡ଼ିଯାଏ, ତେବେ ଏହି ରୋଗରୁ ରକ୍ଷା ମିଳିପାରିବ। କ୍ୟାନସର୍‌ ଶରୀରର ଯେ କୌଣସି ଭାଗରେ ହୋଇପାରେ। ଆମେ ଆଜି ଓଠ କ୍ୟାନ୍‌ସର ବିଷୟରେ କହିବୁ। Lip-Cancer
ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ଖାଇବା ପିଇବାରେ ସମସ୍ୟା ଦେଖା ଯାଇଥାଏ। ଓଠ କ୍ୟାନସର୍‌ର ଅନେକ ଲକ୍ଷଣ ରହିଛି। ଆସନ୍ତୁ ଜାଣିବା, ସେହି ଲକ୍ଷଣଗୁଡ଼ିକ ବିଷୟରେ।

୧.ଓଠ କ୍ୟାନସର୍‌ ପୀଡ଼ିତ ବ୍ୟକ୍ତିଙ୍କର ଦାନ୍ତ ଢିଲା ହେବାକୁ ଲାଗିଥାଏ।

୨.ଓଠରେ ଦରଜ ଏବଂ ଯନ୍ତ୍ରଣା ହେବା।

୩.ଓଠରୁ ରକ୍ତ ବାହାରିବା

Mouth ulce

୪.ଓଠ ଲାଲ୍‌ ପଡ଼ିବା ଏବଂ ଚର୍ମ ଛାଡ଼ିବା

୫.ଗଳା ଏବଂ ମୁହଁ ଦରଜ ହେବା

୬.କଣ୍ଠସ୍ୱର ପରିବର୍ତ୍ତନ ହେବା

ଓଠ କ୍ୟାନସର୍‌ ହେବାର କାରଣ

୧. ତମାଖୁ, ସିଗାରେଟ୍‌ ଏବଂ ଗୁଟ୍‌ଖା ଖାଉଥିବା ଲୋକଙ୍କର ଓଠ କ୍ୟାନସର୍‌ ହେବାର ଆଶଙ୍କା ଅଧିକ ରହିଥାଏ।
୨.ଓରାଲ୍‌ ସେକ୍ସ ଦ୍ୱାରା ଓଠ କ୍ୟାନସର୍‌ ହେବାର ଆଶଙ୍କା ଅଧିକ ରହିଥାଏ।

୩. ସୂର୍ଯ୍ୟ କିରଣରେ ଅଧିକ ସମୟ ରହିଲେ ମଧ୍ୟ ଓଠ କ୍ୟାନସର୍‌ ହେବାର ଆଶଙ୍କା ରହିଥାଏ।

 



from OdishaReporter https://ift.tt/2vnuylS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages