ଶ୍ରୀଦେବୀ ଶେଷଥର ପାଇଁ ପଚାରିଥିଲେ,‘କାହିଁକି ରାଗିଛ?’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ଶ୍ରୀଦେବୀ ଶେଷଥର ପାଇଁ ପଚାରିଥିଲେ,‘କାହିଁକି ରାଗିଛ?’

sridevi

ମୁମ୍ବାଇ: ନିଜ ଆଗାମୀ ଫିଲ୍ମ ‘ବିଶ୍ୱରୂପମ୍‌ ୨’ର ପ୍ରମୋସନ୍‌ ପାଇଁ ନିକଟରେ ମୁମ୍ବାଇ ଆସିଥିଲେ ଅଭିନେତା କମଲ୍‌ ହାସନ୍‌। ଏହି ଅବସରରେ ତାଙ୍କୁ ସ୍ୱର୍ଗତ ଶ୍ରୀଦେବୀଙ୍କ ବିଷୟରେ ଏକ ପ୍ରଶ୍ନ ପଚରା ଯାଇଥିଲା। ଶ୍ରୀଦେବୀଙ୍କ କଥା ଶୁଣି ସେ ଭାବବିହ୍ଵଳ ହୋଇଯାଇଥିଲେ। ସେ ଶ୍ରୀଦେବୀଙ୍କ ବିଷୟରେ ଅନେକ କଥା କହିଥିଲେ ଓ ତାଙ୍କୁ ବହୁତ ପ୍ରଶଂସା କରିଥିଲେ। ଏପରିକି ଶ୍ରୀଦେବୀଙ୍କ ସହ ଶେଷଥର ପାଇଁ ଫୋନ୍‌ରେ ସେ କ’ଣ କଥା ହୋଇଥିଲେ ତାହା ମଧ୍ୟ କହିଥିଲେ।

ସେ କହିଥିଲେ,“ ଆଶ୍ଚର୍ଯ୍ୟର କଥା ଶେଷ ଥର ଯେତେବେଳେ ଆମେ କଥା ହୋଇଥିଲୁ ସେତେବେଳେ ସେ ମୋତେ ରାଜନୀତି ବିଷୟରେ କିଛି କଥା ପଚାରିଥିଲେ। ତାମିଲନାଡୁର ରାଜନୈତିକ ସ୍ଥିତି ବିଷୟରେ ପଚାରି ବୁଝିଥିଲେ।

ଆଉ ପଚାରିଥିଲେ, ଆପଣ କ’ଣ କରୁଛନ୍ତି?  ଆପଣ ଏମିତି କାହିଁକି ଦେଖନ୍ତି? ଆପଣ କାହିଁକି ରାଗୁଛନ୍ତି? ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କାରଣ ପୂର୍ବରୁ କେବେ ସେ ଏମିତି ପଚାରି ନଥିଲେ।”

ଶ୍ରୀଦେବୀଙ୍କ ବିଷୟରେ ଆହୁରି ମନେ ପକାଇ କମଲ କହିଥିଲେ,“ମୁଁ ଆଉ ଶ୍ରୀଦେବୀ ଶିଶୁ କଳାକାର ଥିଲୁ। ସେତେବେଳୁ ପରସ୍ପରକୁ ଜାଣିଥିଲୁ। କିନ୍ତୁ ଆମର ସାକ୍ଷତ ହୋଇ ନଥିଲା। ଯେତେବେଳେ ତାଙ୍କ ସହ ସାକ୍ଷତ ହେଲା ସେତେବେଳେ ମୁଁ ୧୯ ବର୍ଷର ଥିଲି। ଆଉ ସେ ୧୬ ବର୍ଷର ଥିଲେ।  ଗୁରୁ ବାଲା ଚନ୍ଦର ଆମକୁ ଅଭିନୟ ଶିଖାଉଥିଲେ। ମୁଁ ସେ ସମୟରେ ସେହି କ୍ଲାସ୍‌ର ଲିଡର୍‌ ଭାବେ କାମ କରୁଥିଲି। ସେ ସମୟରେ ଜୁନିଅରମାନଙ୍କୁ ଗାଇଡ୍‌ କରିବାର କାମ ମୋତେ ଦିଆଯାଇଥିଲା।  ଶ୍ରୀଦେବୀଙ୍କୁ ମଧ୍ୟ ଗାଇଡ୍‌ କରୁଥିଲି। ଆମେ ସେଠି ହିରୋ ହିରୋଇନ୍‌ ପରି ନୁହେଁ,  କ୍ଲାସ୍‌ ମେଟ୍‌ ପରି ରହୁଥିଲୁ।  ସେ ମୋତେ ସାର୍‌ କହି ଡାକୁଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଶେଷ ସମୟ ପର୍ଯ୍ୟନ୍ତ ବି  ସେ ମୋତେ ସାର୍‌ କହି ଡାକୁଥିଲେ।”



from OdishaReporter https://ift.tt/2LEutV3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages