ଅଜବ ପରମ୍ପରା ! ବାହା ହେଲେ ୩ ଦିନ ପାଇଁ ଝାଡ଼ା ବନ୍ଦ୍, କଡ଼ା ନଜରରେ ରହନ୍ତି ନବଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ଅଜବ ପରମ୍ପରା ! ବାହା ହେଲେ ୩ ଦିନ ପାଇଁ ଝାଡ଼ା ବନ୍ଦ୍, କଡ଼ା ନଜରରେ ରହନ୍ତି ନବଦମ୍ପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାହାଘରକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଥାଏ। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ମଧ୍ୟ ଦେଖିବାକୁ ମିଳିଥାଏ। କିଛି ପରମ୍ପରା ତ ଏମିତି ହୋଇଥାଏ ଯେ, ଶୁଣିଲା ମାତ୍ରେ ମଣିଷ ଛାନିଆରେ ଆଉ ବାହା ହେବାକୁ ରାଜି ହେବ ନାହିଁ। ଆଜି ଆମେ ଆପଣଙ୍କୁ ସେମିତି ଏକ ଅଜବ ପରମ୍ପରା ବିଷୟରେ ଜଣାଇବୁ, ଯାହା ଶୁଣିଲେ ଆପଣ ବି ଚିନ୍ତାରେ ପଡ଼ିଯିବେ। ଆଉ ବାହା ହେବା ପୂର୍ବରୁ ଶହେଥର ଚିନ୍ତା କରିବେ।

ଇଣ୍ଡୋନେସିଆର ଟିଡୋଙ୍ଗ୍ ସମ୍ପ୍ରଦାୟଙ୍କ ମଧ୍ୟରେ ଏହି ଅଜବ ପରମ୍ପରା ରହିଛି। ପରମ୍ପରା ଅନୁସାରେ ଏଠାରେ ନବବିବାହିତ ଦମ୍ପତିଙ୍କୁ ୩ ଦିନ ପାଇଁ ପାଇଖାନା ଯିବାକୁ ଦିଆଯାଏ ନାହିଁ। ଝାଡ଼ା ଲାଗିଲେ, କାଳେ ଲୁଚି ଛପି ସ୍ୱାମୀ ଓ ସ୍ତ୍ରୀ ପାଇଖାନା ଚାଲିଯିବେ, ସେଥିପାଇଁ ଘରର ଜଣେ ମୁରବି ତାଙ୍କ ଉପରେ ୨୪ ଘଣ୍ଟା କଡ଼ା ନଜର ରଖିଥାନ୍ତି। ଯେମିତି ଏ ନିୟମ କଡ଼ାକଡ଼ି ଭାବେ ପାଳନ ହେବ ସେଥିପାଇଁ ୩ ଦିନ ଧରି ନବଦମ୍ପତିଙ୍କ ଝାଡ଼ା ବନ୍ଦ କରିଦିଆ ଯାଏ। ବିଚରା ବର କନ୍ୟାଙ୍କର ଯାହା ଅବସ୍ଥା ହେଉଥିବ, ଆପଣ ଠିକ୍‌ ଅନୁମାନ କରିପାରୁଥିବେ।

ଟିଡୋଙ୍ଗ୍‌ ସମ୍ପ୍ରଦାୟର ଲୋକେ ଏହାକୁ ଗମ୍ଭୀରତା ସହ ବିଚାର କରନ୍ତି। ଏପରି କଲେ ବରକନ୍ୟାଙ୍କ ଯୋଡ଼ି ମଜଭୁତ୍‌ ଓ ଭାଗ୍ୟଶାଳୀ ହୋଇଥାଏ ବୋଲି ଏମାନଙ୍କର ବିଶ୍ୱାସ ରହିଛି। ବରକନ୍ୟାଙ୍କୁ ଝାଡ଼ା ଲାଗିଲେ ବି ତିନିଦନର ଦିନର କଥା ଭାବି ଚୁପ୍‌ ହୋଇ ବସି ରହିବା ଛଡ଼ା ସେମାନଙ୍କ ପାଖରେ ଆଉକିଛି ବାଟ ନଥାଏ।

ଖାଲି ସେତିକି ନୁହେଁ ଏହି ପରମ୍ପରାକୁ ପାଳନ କରିବା ପାଇଁ ବରକନ୍ୟାଙ୍କୁ ଏକ ଅନୁଷ୍ଠାନ ତରଫରୁ ବବୁତ୍‌ କମ୍‌ ଖାଇବାକୁ ଦିଆଯାଏ। ତିନିଦିନ ଧରି ଏହି ପରମ୍ପରା ପାଳନ ପରେ ବରକନ୍ୟା ପ୍ରଥମେ ସ୍ନାନ କରିବାକୁ କୁହାଯାଏ। ଏହାପରେ ଯୋଡ଼ି ଦ୍ୱୟଙ୍କୁ ଝାଡ଼ା ଯିବାକୁ ଅନୁମତି ଦିଆଯାଏ।



from OdishaReporter https://ift.tt/2LWA34l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages