
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆଜି ନାମାଙ୍କନ ପତ୍ର ଦାଖଲ କରାଯିବ।
ଏନ୍ଡିଏ ତରଫରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ପ୍ରାର୍ଥିପତ୍ର ଦାଖଲ କରିବେ। ସେହିପରି ୟୁପିଏ ତରଫରୁ ଏନ୍ସିପି ସାଂସଦ ବନ୍ଦନା ଚଭନ ପ୍ରାର୍ଥିପତ୍ର ଦାଖଲ କରିବାର ସମ୍ଭାବନା ରହିଛି।
ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଉଭୟ ଏନଡିଏ ଓ ଯୁପିଏ ପାଇଁ ଏସିଡ୍ ଟେଷ୍ଟ୍ ହେବ। ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ କାହା ପାଖରେ ମ୍ୟାଜିକ୍ ସଂଖ୍ୟା ୧୨୫ ଛୁଇଁବା ଭଳି ସ୍ଥିତି ନାହିଁ।
ବିଜେପିର ୬୯ଜଣ ସାଂସଦଙ୍କ ସହ ଏନଡିଏର ସଂଖ୍ୟା ୧୧୫ ରହିଛି। ସେହିଭଳି କଂଗ୍ରେସର ୫୦ ସାଂସଦଙ୍କ ସହ ଯୁପିଏର ସଂଖ୍ୟା ୧୧୩ ରହିଛି।
ତେଣୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଗେମ୍ ଚେଞ୍ଜର ହୋଇପାରେ। ଜେଡିଏୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନଙ୍କୁ ଅନୁରୋଧ କରିଥିବା ବେଳେ ଅମିତ ଶାହା ଓ ରାଜନାଥ ସିଂ ମଧ୍ୟ ନବୀନଙ୍କ ସହ କଥା ହୋଇଛନ୍ତି।
ସେହିପରି ବନ୍ଦନା ଚଭନଙ୍କୁ ସମର୍ଥନ ଜଣାଇବା ପାଇଁ ନବୀନଙ୍କ ସହ ଏନ୍ସିପି ମୁଖ୍ୟ ଶରଦ ପାଓ୍ୱାର ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରୁ ବିଜେଡି କାହାକୁ ସମର୍ଥନ କରିବ ଆଜି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ।
from OdishaReporter https://ift.tt/2OR19sp
No comments:
Post a Comment