ମହିଳା ହକି ବିଶ୍ୱକପ୍‌: ଭାରତ ପାଖରେ ୪୪ ବର୍ଷ ପରେ ସେମିଫାଇନାଲ୍‌ ଖେଳିବାର ସୁଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ମହିଳା ହକି ବିଶ୍ୱକପ୍‌: ଭାରତ ପାଖରେ ୪୪ ବର୍ଷ ପରେ ସେମିଫାଇନାଲ୍‌ ଖେଳିବାର ସୁଯୋଗ

hockey-india

ନୂଆଦିଲ୍ଲୀ: ଲଣ୍ଡନ୍‌ରେ ଚାଲିଥିବା ମହିଳା ବିଶ୍ୱକପ୍‌ ହକିର କ୍ୱାର୍ଟର ଫାଇନାଲ୍‌ରେ ଆଜି ଭାରତ ଆୟାର୍ଲାଣ୍ଡକୁ ଭେଟିବ। ଭାରତୀୟ ସମୟ ରାତି ୧୦.୩୦ରେ ଏହି ମ୍ୟାଚ୍‌ ଖେଳାଯିବ। ଭାରତୀୟ ଦଳ ଯଦି ଏଥିରେ ବିଜୟୀ ହୁଏ, ତେବେ ୪୪ ବର୍ଷ ପରେ ପୁଣି ଥରେ ସେମିଫାଇନାଲ୍‌ ଖେଳିବାର ଯୋଗ୍ୟତା ଅର୍ଜନ କରିବ।

୧୯୭୪ରେ ଭାରତ ଫ୍ରାନ୍ସକୁ ହରାଇ ସେମିଫାଇନାଲ୍‌କୁ ଯାଇଥିଲା। ଏହି ବିଶ୍ୱକପ୍‌ରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା।

ଆର୍ଜେଣ୍ଟିନାର ରୋସାରିୟାରେ ହୋଇଥିବା ଗତ ବିଶ୍ୱକପ୍‌ରେ ଭାରତକୁ ଅଷ୍ଟମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ଶେଷ ଦୁଇଟି ମୁକାବିଲାରେ ଆୟାର୍ଲାଣ୍ଡ ଭାରତକୁ ପରାସ୍ତ କରିଛି। ଚଳିତ ବିଶ୍ୱକପ୍‌ର ପୁଲ୍‌ ମ୍ୟାଚ୍‌ରେ ଓ ଗତବର୍ଷ ଜୋହାନ୍ସବର୍ଗରେ ହୋଇଥିବା କି ବିଶ୍ୱ ଲିଗ୍‌ ସେମିଫାଇନାଲରେ ଭାରତ, ଆୟାର୍ଲାଣ୍ଡ ଠାରୁ ପରାସ୍ତ ହୋଇଛି।

ଚଳିତ ବିଶ୍ୱକପ୍‌ରେ କ୍ରେସ୍‌-ଓଭର୍‌ ମ୍ୟାଚ୍‌ରେ ଇଟାଲୀକୁ ୩-୦ରେ ହରାଇ ଭାରତ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଯଦି ଆଜି ଆୟାର୍ଲାଣ୍ଡକୁ ହରାଇ ଦିଏ, ତେବେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ରେ ସେମିଫାଇନାଲ୍‌ ଖେଳିବାକୁ ଭାରତ ଯୋଗ୍ୟତା ଅର୍ଜନ କରିବ।



from OdishaReporter https://ift.tt/2Avi7cQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages