
ଆବଶ୍ୟକ ସାମଗ୍ରୀ: ୧ ପ୍ୟାକେଟ୍ ମ୍ୟାଗି, ୧ ପ୍ୟାକେଟ୍ ମ୍ୟାଗି ମସଲା, ଗୋଟିଏ ବଡ଼ କଟା ପିଆଜ, ଗୋଟିଏ କପ୍ ମକା ଅଟା କିମ୍ବା କନ୍ଫ୍ଲୋର୍ ପାଉଡର୍, ଗୋଟିଏ କପ୍ ବେସନ, କିଛି ଭୃଶଙ୍ଗ ପତ୍ର, ୨ଟି କଞ୍ଚା ଲଙ୍କା, ସ୍ୱାଦ ଅନୁସାରେ ଲୁଣ ଏବଂ ଛାଣିବା ପାଇଁ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍ ଲଗାନ୍ତୁ। କଡ଼େଇରେ ଗୋଟିଏ ଚାମଚ ତେଲ ପକାଇ ଏହାକୁ ଗରମ ହେବାକୁ ଦିଅନ୍ତୁ। ଯେବେ ତେଲ ଗରମ ହୋଇଯିବ, ଏଥିରେ କଟା ହୋଇଥିବା ପିଆଜ ପକାଇ ନାଲି ହେବା ପର୍ଯ୍ୟନ୍ତ ପିଆଜକୁ ଭାଜନ୍ତୁ।
ପିଆଜକୁ ଭାଜି ସାରିବା ପରେ ଗ୍ୟାସ୍ ବନ୍ଦ କରି ଭଜା ପିଆଜକୁ ଗୋଟିଏ ପାତ୍ରରେ କାଢି ରଖନ୍ତୁ। ଏହାପରେ କଡ଼େଇରେ ଗୋଟିଏ କପ୍ ପାଣିକୁ ଫୁଟାନ୍ତୁ। ପାଣି ଫୁଟିବା ପରେ ସେଥିରେ ମ୍ୟାଗିକୁ ଗୁଣ୍ଡ କରି ପକାନ୍ତୁ ଏବଂ ମସଲା ପକାଇ ଫୁଟାନ୍ତୁ।
ବର୍ତ୍ତମାନ ଏଥିରେ ଭଜା ପିଆଜକୁ ପକାଇ ଦିଅନ୍ତୁ। ମ୍ୟାଗିରୁ ପାଣି ଶୁଖିଯିବା ପରେ ୫ମିନିଟ୍ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ରଖନ୍ତୁ। ଏବେ ଗ୍ୟାସ୍ ବନ୍ଦ କରି ମ୍ୟାଗିକୁ ଥଣ୍ଡା କରନ୍ତୁ।
ଏହାପରେ ମ୍ୟାଗି ପକୁଡ଼ି ତିଆରି କରିବା ପାଇଁ ଗୋଟିଏ ପାତ୍ରରେ ମକା ଅଟା, ବେସନ, କଟା ଭୃଶଙ୍ଗ ପତ୍ର ଓ କଞ୍ଚାଲଙ୍କା ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। କଡ଼େଇରେ ତେଲ ଗରମ କରି ପୂର୍ବରୁ ତିଆରି ହୋଇଥିବା ମ୍ୟାଗିକୁ ଛୋଟ ଛୋଟ ଗୁଳା କରି ମିଶ୍ରଣରେ ପକାଇ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗରମ ଗରମ ସ୍ୱାଦିଷ୍ଟ ମ୍ୟାଗି ପକୁଡ଼ି। ଏହାକୁ ଆପଣ ଚିଲି ଏବଂ ଟମାଟୋ ସସ୍ ପକାଇ ପରିବେଷଣ କରନ୍ତୁ।
from OdishaReporter https://ift.tt/2OLnPtV
No comments:
Post a Comment