
ମୁମ୍ବାଇ: ଆଜିକାଲି ଅଭିନେତାରୁ ରାଜନେତା ହେବା କିଛି ନୂଆ କଥା ନୁହେଁ। ପରଦା ଉପରେ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା କଳାକାର ବାସ୍ତବ ଜୀବନରେ ରାଜନୀତିରେ ପାଦ ଦେଇ ଜନସେବା ପାଇଁ ମନ ବଳାଉଛନ୍ତି।
ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତ ଏବଂ କମଲ୍ ହାସନ୍ ପରି ଅଭିନେତା ରାଜନୀତିରେ ସାମିଲ୍ ହୋଇଥିବା ବେଳେ ଏବେ ବଲିଉଡ୍ର ଅଭିନେତାଙ୍କୁ ନେଇ ପ୍ରଶ୍ନ ଉଠୁଛି। ନିକଟରେ ଏକ ସାକ୍ଷାତକାରରେ ବଲିଉଡ୍ କିଙ୍ଗ ଖାନ୍ଙ୍କୁ ରାଜନୀତିରେ ସାମିଲ୍ ହେବା ନେଇ ପ୍ରଶ୍ନ ହୋଇଥିଲା। ଯାହାର ଉତ୍ତରରେ ଏବେ ଏମିତି କିଛି ଯୋଜନା ନଥିବାର ସେ କହିଛନ୍ତି।
ତାଙ୍କ କହିବା ଅନୁଯାୟୀ, ରାଜନୀତିରେ ଜନତାଙ୍କ ପାଇଁ ଯେଉଁ ମନପ୍ରାଣ ଦେଇ କାମ କରିବାର ଶକ୍ତି ଆବଶ୍ୟକ ଥାଏ ସେଇଟା ଏବେ ମୋ ପାଖରେ ନାହିଁ।
ସେ ଆହୁରି କହିଛନ୍ତି, ଏବେ ମୁଁ ଜଣେ ଅଭିନେତା ହାସାବରେ ଦେଶର ନାଁ ରଖିବାକୁ ଚାହୁଁଛି। ରାଜନୀତି ବିଷୟରେ ମତେ ବିଶେଷ କିଛି ଜଣାନାହିଁ। ରାଜନୀତିରେ ସାମିଲ୍ ହେବା ପାଇଁ ଏକ୍ସପର୍ଟ ହେବାକୁ ପଡ଼େ। ରାଜନୀତିରେ ସାମିଲ୍ ହେବାକୁ ହେଲେ ମନରେ ନିସ୍ୱାର୍ଥ, ସମର୍ପିତ ଏବଂ ଲୋକଙ୍କ ଜୀବନକୁ ସଜାଡ଼ି ସଠିକ୍ ବାଟକୁ ନେବାର ମନବୃତ୍ତି ରହିବା ଦରକାର। ଏବେ ମୁଁ ସେ ସବୁ ପାଇଁ ପ୍ରସ୍ତୁତ ନାହିଁ। ତେଣୁ ମୁଁ ଏସବୁ ସମ୍ପର୍କରେ କିଛି ଚିନ୍ତା କରୁନି।
ଯଦି ଏକ ଦଳ ଗଠନ କରନ୍ତି ତେବେ ଏହାର ଚିହ୍ନ କ’ଣ ରଖିବେ ପଚାରିବାରୁ ସେ ହସିକି ସିଟ୍ରୁ ଉଠି ହାତ ଖୋଲି ତାଙ୍କର ସିଗ୍ନେଚର ଷ୍ଟାଇଲ୍ ଦେଖାଇ କହିଲେ ଏଇଟା।
from Odisha Reporter https://ift.tt/2MEg9ws
No comments:
Post a Comment