ସ୍ୱପ୍ନରେ ସାପ ଆସୁଛି କି ? ଜାଣନ୍ତୁ, କ’ଣ ଏହାର ଅର୍ଥ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ସ୍ୱପ୍ନରେ ସାପ ଆସୁଛି କି ? ଜାଣନ୍ତୁ, କ’ଣ ଏହାର ଅର୍ଥ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱପ୍ନରେ ଆପଣ ବହୁତ କିଛି ଦେଖିଥାନ୍ତି। କିଛି ଲୋକ ଏହାକୁ ହାଲକା ଭାବେ ନେଇଥାନ୍ତି। ହେଲେ ଜ୍ୟୋତିଷ ଶାସ୍ତ୍ରରେ ସ୍ୱପ୍ନ ଓ ଏହାର ପ୍ରକାର ଭେଦକୁ ନେଇ ବହୁତ କିଛି ଉଲ୍ଲେଖ ରହିଛି।

ସ୍ୱପ୍ନରେ ସାପ ଦେଖି ଭୟ କରିବା ଏକ ସାଧାରଣ କଥା। ଏପରି ସ୍ୱପ୍ନକୁ ନେଇ ଅନେକ ପ୍ରକାର କଥା କୁହାଯାଇଥାଏ। ଧାର୍ମିକ ଗ୍ରନ୍ଥରେ ମଧ୍ୟ ସ୍ୱପ୍ନରେ ସାପ ଦେଖିବାକୁ ନେଇ ବହୁତ କିଛି କୁହାଯାଇଛି। ଆସନ୍ତୁ ଜାଣିବା ସାପ ସ୍ୱପ୍ନ ଦେଖିଲେ କ’ଣ ହୋଇଥାଏ।

snakeସେକ୍ସ ଲାଇଫ୍

ସ୍ୱପ୍ନରେ ସାପ ଦେଖିବା ସମ୍ପର୍କରେ ଗବେଷଣା କରୁଥିବା ବିଶେଷଜ୍ଞମାନେ କହିଛନ୍ତି, ସ୍ୱପ୍ନରେ ସାପ ଦେଖିବା ଆପଣଙ୍କ ଯୌନ ଜୀବନ ସହ ସମ୍ୱନ୍ଧ ରହିଛି।

ଯଦି ସ୍ୱପ୍ନରେ ସାପ ଆପଣଙ୍କ ବେଡ୍‌ ଉପରେ ଦେଖାଦିଏ ବା ସାପ ସହିତ ସମ୍ୱନ୍ଧିତ ଅନ୍ୟ କୌଣସି ସ୍ୱପ୍ନ ଆପଣ ଦେଖନ୍ତି, ତେବେ ଏହାର ସିଧାସଳଖ ସମ୍ପର୍କ ଆପଣଙ୍କ ଯୌନ କ୍ଷମତା ସହ ରହିଛି।

snakeସମୃଦ୍ଧି

ପୂର୍ବକାଳରେ ସାପକୁ ସମୃଦ୍ଧି ସହିତ ଯୋଡ଼ା ଯାଉଥିଲା। ଏହି ମାନ୍ୟତା ଅନୁସାରେ, ଯଦି ଆପଣ ସ୍ୱପ୍ନରେ ସାପ ଦେଖିଛନ୍ତି, ତେବେ ଶୀଘ୍ର ସଫଳତା ଏବଂ ଧନପ୍ରାପ୍ତିର ଯୋଗ ରହିଛି। ଏହା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ମିଳିବାକୁ ଥିବା ସଫଳତାର ପୂର୍ବ  ସୂଚନା ବୋଲି କୁହାଯାଏ। ଏହାର ଅନ୍ୟ ଏକ ଅର୍ଥ ହେଉଛି, ଆପଣଙ୍କ ସଫଳତାର ରାସ୍ତାରେ ଆସୁଥିବା କୌଣସି ପ୍ରତିବନ୍ଧକକୁ ଆପଣ ପାର୍ କରି ସାରିଛନ୍ତି।

snakeଚେତାବନୀ

ସ୍ୱପ୍ନରେ ସାପ ଦେଖିବାକୁ ନେଇ ଅନ୍ୟ ଏକ ବିଶ୍ୱାସ ହେଲା, ଆପଣଙ୍କ ଆଖପାଖରେ ଏପରି କୌଣସି ବ୍ୟକ୍ତି ଅଛନ୍ତି, ଯାହାଙ୍କୁ ଆପଣ ବିଶ୍ୱାସ କରିବା ଉଚିତ୍‌ ନୁହେଁ।

ଏପରି ସ୍ୱପ୍ନର ଆଉ ଏକ ସଙ୍କେତ ହେଉଛି, ଆପଣ କୌଣସି ସତ ଜାଣି ମଧ୍ୟ ଅଣଦେଖା କରୁଛନ୍ତି ଓ ଭୁଲ୍‌ ରାସ୍ତାରେ ଯାଉଛନ୍ତି।

snakeଆଧ୍ୟାତ୍ମିକ ଉପଲବ୍ଧି

କେତେକ ବିଶ୍ଵାସ କରନ୍ତି ଯେ, ସ୍ୱପ୍ନରେ ସାପ ଦେଖିବାର ଅର୍ଥ ଆପଣଙ୍କ କୁଣ୍ଡଳୀ ଜାଗୃତ ହେଉଛି। ଆପଣଙ୍କ ଶରୀରକୁ ଏକ ନୂଆ ପ୍ରକାର ଶକ୍ତି ମିଳୁଛି। ଯାହା ସାହାଯ୍ୟରେ ଆପଣ ସଫଳତା ହାସଲ କରିପାରିବେ। ସ୍ୱପ୍ନରେ ସାପ ଦେଖିବାର ଅର୍ଥ, ଆପଣ ଆଧ୍ୟାତ୍ମିକ ଉପଲବ୍ଧି ସହ ଯୋଡ଼ି ହୋଇଛନ୍ତି।

snakeସାପ କାମୁଡ଼ିବା

ଯଦି ଆପଣ ସ୍ୱପ୍ନ ଦେଖୁଛନ୍ତି ଯେ, ସାପ ଆପଣଙ୍କୁ କାମୁଡ଼ିଛି ବା ଚୋଟ ମାରିବା ପାଇଁ ଚେଷ୍ଟା କରିଛି, ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଆସୁଥିବା କୌଣସି ସମସ୍ୟାକୁ ତା’ ବାଟରେ ଯିବାକୁ ଛାଡ଼ି ଦେବା ଉଚିତ୍‌। ସେହି ସମସ୍ୟାକୁ ଜବରଦସ୍ତି ନିଜ ସହିତ ଯୋଡ଼ି ରଖନ୍ତୁ ନାହିଁ। ଏହା ଆପଣଙ୍କୁ କଷ୍ଟ ଦେଇପାରେ।

snakeଆପଣଙ୍କ ପସନ୍ଦ ଓ ନାପସନ୍ଦ

ଆପଣ କେଉଁ ପରିବେଶରେ ରହୁଛନ୍ତି, ସେହି ଅନୁସାରେ ସ୍ୱପ୍ନରେ ସାପ ଦେଖିବାର ଅର୍ଥ ଅଲଗା ହୋଇଥାଏ। ସାପକୁ ନେଇ ଆପଣଙ୍କ ଚିନ୍ତାଧାରା କ’ଣ ରହିଛି?

ସ୍ୱପ୍ନ ଦେଖି ଡରୁଛନ୍ତି କି ନାହିଁ, ଏହା ଆପଣଙ୍କ ପସନ୍ଦ ଓ ନାପସନ୍ଦ ପରେ ନିର୍ଭର କରିଥାଏ। ଯଦି ଆପଣ ସାପକୁ ଡରୁଛନ୍ତି, ତେବେ ସାପ ଦେଖିବାର ଆପଣଙ୍କ ଅନୁଭବ ସେହି ବ୍ୟକ୍ତିଙ୍କଠାରୁ ଅଲଗା ହୋଇଥାଏ, ଯେଉଁମାନେ ସାପ ପାଳୁଛନ୍ତି।



from OdishaReporter https://ift.tt/2nwLD8t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages