
ମୋସ୍କୋ: ନୌକା ଚଲାଇ ଆମେରିକାରୁ ବାହାରିଥିଲେ କେ ଜନ୍ ମାର୍ଟିନ୍। କିନ୍ତୁ ପହଞ୍ଚିଗଲେ ଋଷ। ଋଷର ବର୍ଡର ଗାର୍ଡ଼ମାନେ ତାଙ୍କୁ ଗିରଫ୍ କଲାପରେ ଜାଣିବାକୁ ପାଇଲେ ଯେ, ଆମେରିକା ନୁହେଁ, ସେ ଋଷରେ ପହଞ୍ଚି ଯାଇଛନ୍ତି। ଘଟଣା ଟି ଥିଲା ଏହିପରି…
ଜନ୍ ମାର୍ଟିନ୍ ଆମେରିକାର ଆଲାସ୍କାରେ ଥିବା ୟୁକୋନ୍ ନଦୀରେ ନୌକା ଚଲାଉଥିଲେ। ନୈକାଟି କିଛି ଦୂର ଗଲାପରେ ହଠାତ୍ ମୌସୁମୀର ମିଜାଜ୍ ବିଗିଡ଼ିଗଲା। ଘୋ ଘୋ କରି ମାଡ଼ିଆସିଲା ସମୁଦ୍ରିକ ଝଡ଼। ପ୍ରବଳ ବେଗର ପବନ ବୋହିଲା। ଫଳରେ ମାର୍ଟିନ୍ ଆମେରିକା ଓ ଋଷ ମଝିରେ ଥିବା ବ୍ୟାରିଂ ସମୂଦ୍ରରେ ଫସିଗଲେ।
ଦୀର୍ଘ ଦୁଇ ସପ୍ତାହ ଧରି ସମୂଦ୍ରରେ ଫସି ରହିବା ପରେ, ଯେବେ ସେ କୂଳରେ ପହଞ୍ଚିଲେ, ସତେବେଳେ ଋଷର ବୋର୍ଡର୍ ଗାର୍ଡ ତାଙ୍କୁ ଗିରଫ୍ କରିନେଲେ। ଋଷ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁସାରେ ମାର୍ଟିନ୍ଙ୍କୁ ଚୁକୋତ୍କା ନିକଟବର୍ତ୍ତୀ ଲୱରେନ୍ସିଆ କୂଳରୁ ଗିରଫ୍ କରାଯାଇଛି। ତେବେ ଖୁବ୍ଶୀଘ୍ର ତାଙ୍କୁ ଆମେରିକାକୁ ପଠାଇ ଦିଆଯିବାକୁ ଯୋଜନା କରାଯାଉଛି।
from OdishaReporter https://ift.tt/2n90TZ4
No comments:
Post a Comment