
ପାଟକୁରା(ଓଡ଼ିଶା ରିପୋର୍ଟର): ‘ମୋ ପାଇଁ ଦେଶ ବଡ଼। ଗାଁ ବଡ଼। ପୁଅ ନୁହେଁ। ପୁଅ ଦୋଷ କରିଥିଲେ ଦଣ୍ଡ ପାଉ।’ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ହବିବୁର ରେହମାନର ବାପା ମିର୍ ଅଏନୁର୍ ଉଦ୍ଦିନ୍।
ସେ କହିଛନ୍ତି, “୨୦୦୬ରେ ଶେଷ ଥର ପାଇଁ ହବିବୁର୍ ଘରକୁ ଆସିଥିଲା। ତା’ ପରଠୁ ହବିବୁର ସହିତ ପରିବାର ଲୋକଙ୍କ କୌଣସି ସଂପର୍କ ନାହିଁ। ସେ କେମିତି ଆତଙ୍କବାଦୀଙ୍କ ସହିତ ମିଶିଲା, ତାହା ମୁଁ ଜାଣିନାହିଁ।”
ହବିବୁରର ଭାଇ ଅତାବର କହିଛନ୍ତି, “୬ ମାସ ପୂର୍ବରୁ ପାଟକୁରା ପୁଲିସ୍ ହବିବୁର ସଂପର୍କରେ ପରିବାର ଲୋକଙ୍କୁ ପଚରା ଉଚରା କରିଥିଲା। ମୋତେ ଦିଲ୍ଲୀ ଡକାଯାଇଥିଲା। ହବିବୁରର ପରିବାର ମୁମ୍ବାଇରେ ରହନ୍ତି। ସେ ଏବେ ସାଉଦୀ ଆରବରେ ରହୁଛି।”
ହବିବୁର୍ ଦିଲ୍ଲୀ ବିମାନବନ୍ଦରରୁ ଗିରଫ ହେବା ପରେ ତାଙ୍କ ଗାଁ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ାରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଏନ୍ଆଇଏ ହବିବୁରକୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବାର ସମ୍ଭାବନା ଅଛି। ଲସ୍କର-ଇ-ତୋଇବାର ଆତଙ୍କବାଦୀ ନଇମ୍ ସହିତ ହବିବୁରର ଲିଙ୍କ୍ ଥିବା କୁହାଯାଉଛି।
from OdishaReporter https://ift.tt/2OOyrZ6
No comments:
Post a Comment