
ମୁମ୍ୱାଇ: ହିନ୍ଦୀ, ତାମିଲ, ମାଲାୟଲମ୍, କନ୍ନଡ଼ ଓ ତେଲୁଗୁ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିବା ‘ହୱା ହୱାଇ’ ଶ୍ରୀଦେବୀଙ୍କର ଆଜି ହେଉଛି ଜୟନ୍ତୀ। ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ଜନ୍ମ ହୋଇଥିବା ଏହି ମହାନ ଅଭିନେତ୍ରୀଙ୍କର ଚଳିତବର୍ଷ ଫେବ୍ରୁଆରୀ ୨୪ ତାରିଖରେ ଦେହାନ୍ତ ହୋଇଥିଲା।
ଶ୍ରୀଦେବୀଙ୍କ ବିଷୟରେ ଏମିତି ଅନେକ କଥା ରହିଛି, ଯାହା ହୁଏତ ଆପଣ ଜାଣି ନଥିବେ। ଆଜି ତାଙ୍କ ଜନ୍ମ ଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣା ଅଜଣା କଥା।

୨. ୧୯୭୬ରେ ପ୍ରଥମେ ତାମିଲ ଫିଲ୍ମ ‘ମୁନଦ୍ରୁ ମୁଦ୍ରିଚୁ’ରୁ ସେ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି।

୪. ହିନ୍ଦୀ ଫିଲ୍ମ ‘ସୋଲୱାଁ ସାୱନ୍’ରୁ ସେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ। ‘ହିମ୍ମତୱାଲା’ରେ ତାଙ୍କୁ ଖୁବ ଲୋକପ୍ରିୟତା ମିଳିଥିଲା। ଶ୍ରୀଦେବୀ ‘ନାଗୀନ୍’, ‘ମିଷ୍ଟର୍ ଇଣ୍ଡିଆ’, ‘ଚାଲ୍ବାଜ୍’, ‘ଲମ୍ହା’, ‘ଖୁଦା ଗୱା’ ଓ ‘ଜୁଦାଇ’ ପରି ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି।

୬. ଶ୍ରୀଦେବୀ ହଲିଉଡ୍ର ପ୍ରସିଦ୍ଧ ନିର୍ଦ୍ଦେଶକ ଷ୍ଟିଭେନ ସ୍ପିଏଲ୍ବର୍ଗଙ୍କ ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ। ଏଥିରେ ତାଙ୍କ ଚରିତ୍ର ଛୋଟ ଥିଲା। କିନ୍ତୁ ବ୍ୟସ୍ତତା କାରଣରୁ ସେ ମନା କରିଦେଇଥିଲେ।

୮. ଅନୀଲ୍ କପୁରଙ୍କ ସହ ଫିଲ୍ମ ‘ବେଟା’ରେ କାମ କରିବାକୁ ତାଙ୍କୁ ଅଫର୍ ଦିଆଯାଇଥିଲା। କିନ୍ତୁ ସେ ପୂର୍ବରୁ ଅନୀଲ୍ଙ୍କ ସହ ଅନେକ ଫିଲ୍ମରେ କାମ କରିଥିବାରୁ ଏହି ଫିଲ୍ମରେ କାମ କରିବେ ନାହିଁ କହି ମନା କରିଦେଇଥିଲେ।
୯. ବହୁତ କମ୍ ଲୋକ ଜାଣିଥିବେ ଶ୍ରୀଦେବୀ ଜଣେ କଣ୍ଠଶିଳ୍ପୀ ଭାବେ ମଧ୍ୟ କାମ କରିଥିଲେ। ସେ ଫିଲ୍ମ ‘ସଦ୍ମା’ ଓ ‘ଚାନ୍ଦିନୀ’ରେ ଗୀତ ଗାଇଛନ୍ତି।
from OdishaReporter https://ift.tt/2B7wSTs
No comments:
Post a Comment