ବ୍ରିଜ୍‌ ଉପରେ କଳା ସ୍କୁଟି, ପାଣି ଭିତରୁ ମିଳିଲା ଯୁବତୀଙ୍କ ଜିନ୍‌ ପିନ୍ଧା ଅର୍ଦ୍ଧନଗ୍ନ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ବ୍ରିଜ୍‌ ଉପରେ କଳା ସ୍କୁଟି, ପାଣି ଭିତରୁ ମିଳିଲା ଯୁବତୀଙ୍କ ଜିନ୍‌ ପିନ୍ଧା ଅର୍ଦ୍ଧନଗ୍ନ ମୃତଦେହ

ବାଙ୍କୀ (ସଞ୍ଜୟ କୁମାର ନାୟକ): ମହାନଦୀ ପଠାରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଛି ଯୁବତୀଙ୍କ ମୃତଦେହ। ମାଛ ମାରିବାକୁ ଆସିଥିବା କିଛି ଯୁବକ ଆଜି ମୃତଦେହଟିକୁ ପାଣିରୁ ଉଦ୍ଧାର କରିଥିଲେ। ହେଲେ ଏ ଯୁବତୀ ଏଠାକୁ କାହିଁକି ଆସିଥିଲେ, ଆଉ ତାଙ୍କ ମୃତ୍ୟୁ କେମିତି ହେଲା, ସେ ନେଇ କେହି କିଛି ଜାଣି ନାହାନ୍ତି।

କିଏ କହୁଛି ଆତ୍ମହତ୍ୟା ତ ପୁଣି କିଏ କହୁଛି ହତ୍ୟା। ହେଲେ ଯୁବତୀଙ୍କ ମୃତ୍ୟୁ ପଛର ଗୁମର ଏବେ ବି ସନ୍ଦେହ ଘେରରେ ରହିଛି। ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖିଲେ ଏହାକୁ ହତ୍ୟା ବୋଲି ଅନୁମାନ କରାଯାଉଛି।

ଘଟଣା ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଅସ୍ତିଆ ପଞ୍ଚାୟତର ଫୁଲବାଡ଼ି ଗାଁର ଶୁଖିଲା ମହାଦେବ ମନ୍ଦିର ପଛପଟେ। ଉଦ୍ଧାର ହୋଇଥିବା ଯୁବତୀଙ୍କ ମୃତଦେହରେ ଏକ କଳା ଜିନ୍ ପ୍ୟାଣ୍ଟ ରହିଛି। ଉପର ପୋଷାକଟି ନାହିଁ। କେବଳ ଯୁବତୀଙ୍କ ଅନ୍ତର୍ବସ୍ତ୍ର ରହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ସକାଳ ପହରୁ ଗୋଟିଏ ସ୍କୁଟି ମହାନଦୀ ବ୍ରିଜ୍ ଉପରେ ଠିଆ ହୋଇଥିଲା। ଏହି କଳା ରଙ୍ଗର ସ୍କୁଟିରେ ଏକ ବ୍ୟାଗ୍‌ ମଧ୍ୟ ରହିଥିବା ଦେଖିବାକୁ ମିଳିଛି। ସେ ବ୍ୟାଗ୍‌ରେ କ’ଣ ଅଛି ଓ ଏ ସ୍କୁଟି ସହ ମୃତ ଯୁବତୀଙ୍କ କିଛି ଲିଙ୍କ୍‌ ରହିଛି କି ନାହିଁ ସେ ନେଇ ନାନା କଥା ଶୁଣିବାକୁ ମିଳୁଛି।

ପୁରା ଘଟଣା ହେଉଛି ଏମିତି- ପୂର୍ବାହ୍ନ ପ୍ରାୟ ୧୧ଟା ବେଳକୁ କିଛି ଯୁବକ ମହାଦେବ ମନ୍ଦିର ପଛପଟୁକୁ ମାଛ ମାରିବାକୁ ଆସିଥିଲେ। ଏହି ସମୟରେ କିଛି ଗୋଟେ ଭାସି ଯାଉଥିବା ଦେଖିବାକୁ ପାଇଥିଲେ। ଜଣେ ଯୁବତୀ ମୁହଁମାଡ଼ି ଭାସି ଯାଉଥିବା ଦେଖି ଉକ୍ତ ଯୁବକମାନେ ଭାବିଥିଲେ ହୁଏତ କେହି ନଈର ବଢି ପାଣିରେ ଭାସି ଯାଉଛନ୍ତି।

ତୁରନ୍ତ ତାଙ୍କୁ ଉଦ୍ଧାର କରିବା ପାଇଁ ସେମାନଙ୍କ ଭିତରୁ ଜଣେ ପାଣିକୁ ଡେଇଁଥିଲେ। ମୃତଦେହ କୂଳକୁ ଆଣିବା ପରେ ଏହା ମୃତଦେହ ବୋଲି ଜାଣିବାଥିଲେ। ଏହାପରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏବେ ପ୍ରଶ୍ନ ଉଠିଛି, ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ହତ୍ୟା କରିଛି? ଯଦି ସେ ଆତ୍ମହତ୍ୟା କରିଛନ୍ତି ତା ହେଲେ ତାଙ୍କ ଦେହରୁ ଅଧା ପୋଷାକ ଗଲା କୁଆଡେ? ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ତାଙ୍କ ସହ କିଛି ଅମାନୁଷିକ କାଣ୍ଡ ଘଟିଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଯୁବତୀ ଜଣକ କୌଣସି ମମ୍ଭ୍ରାନ୍ତ ଘରର ଭଳି ଲାଗୁଛନ୍ତି।

ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2MBpX9v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages