ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ବନ୍ଦନା ଚୌହାନ ବିରୋଧୀ ମେଣ୍ଟର ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ବନ୍ଦନା ଚୌହାନ ବିରୋଧୀ ମେଣ୍ଟର ପ୍ରାର୍ଥୀ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଶାସକ ଏନ୍‌ଡିଏର ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ମୁକାବିଲା କରିବେ ବିରୋଧୀ ମେଣ୍ଟର ବନ୍ଦନା ଚୌହାନ। ପୁଣେର ପୂର୍ବତନ ମେୟର ବନ୍ଦନା ଶରଦ ପାୱରଙ୍କ ନେତୃତ୍ୱାଧୀନ ଏନ୍‌ସିପିରୁ ରାଜ୍ୟସଭାକୁ ଆସିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଆସନ୍ତା ୯ରେ ଭୋଟ୍‌ ଗ୍ରହଣ ହେବ।

ରାଜ୍ୟସଭାର ଏହି ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ୨୦୧୯ ସାଧାରଣ ଭୋଟ୍‌ ପୂର୍ବରୁ କେନ୍ଦ୍ରର ମୋଦି ସରକାର ଓ ବିରୋଧୀ ଉଭୟଙ୍କ ପାଇଁ ଏକ ଶକ୍ତିପରୀକ୍ଷା ବୋଲି କୁହାଯାଉଛି।

ତେବେ ଆସନ୍ତୁ ଜାଣିବା ରାଜ୍ୟସଭାର ଏହି ନମ୍ବର ୨ ପଦକୁ ହାତେଇବା ପାଇଁ ଉଭୟ ଶିବିରରେ କିପରି ରହିଛି ସଂଖ୍ୟାର ସ୍ଥିତି।

ଆଜି ସକାଳେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ କିଏ ହେବ ତାକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ରୁଦ୍ଧଦ୍ୱାର ବୈଠକ ହୋଇଥିଲା।

୨୦୧୯ରେ ବିଜେପି ବିରୋଧରେ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ କଂଗ୍ରେସ୍‌ ସମେତ ଯେଉଁ ଦଳଗୁଡ଼ିକ ଉଦ୍ୟମ କରୁଛନ୍ତି, ସେମାନେ ସମସ୍ତେ ଆଜି ଏକ ବୈଠକରେ ଏକାଠି ହୋଇଥିଲେ। ଏହି ବୈଠକରେ ଏନ୍‌ସିପର ବନ୍ଦନା ଚୌହାନଙ୍କୁ ସର୍ବସମ୍ମତି କ୍ରମେ ବିରୋଧୀମେଣ୍ଟର ପ୍ରାର୍ଥୀ କରାଯିବାକୁ ନିଷ୍ପତ୍ତି ହୋଇଛି।

ମହାରାଷ୍ଟ୍ରରୁ ଜଣେ ଅଣ କଂଗ୍ରେସ ନେତାଙ୍କୁ ପ୍ରାର୍ଥୀ କରାଗଲେ ଶିବସେନାର ସମର୍ଥନ ମିଳିବାର ସମ୍ଭାବନା ଯୋଗୁ ବନ୍ଦନାଙ୍କୁ ବିରୋଧୀମେଣ୍ଟର ପ୍ରାର୍ଥୀ କରାଯାଇଥିବା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥିତ୍ୱ ପ୍ରସଙ୍ଗରେ ରଣନୀତି ଚୂଡ଼ାନ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏ ସଂସଦୀୟ ଦଳ ବୈଠକ ବସିଥିଲା। ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ଜେଡିୟୁର ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରି ମୋଦିଙ୍କ ବିଜେପି ଟିଆର୍‌ଏସ୍‌, ଏଆଇଏଡିଏମକେ ଓ ବିଜେଡି ଭଳି କଂଗ୍ରେସ ବିରୋଧୀ ଆଞ୍ଚଳିକ ଦଳର ସମର୍ଥନ ପାଇବାକୁ ଆଶା ରଖିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେ ସିଆର୍‌ଙ୍କ ଟିଆର୍‌ଏସ୍‌ ଓ ଏଆଇଏଡିଏମକେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ସୂଚନା ମିଳିଛି।

ତେବେ ଗତ କିଛି ଦିନ ଧରି ବିଜେପି ବିରୋଧୀ ଆଭିମୁଖ୍ୟ ପୋଷଣ କରୁଥିବା ଶିବସେନାର ରଣନୀତି ଉପରେ ମୋଦି ଆଣ୍ଡ କୋ ତୀକ୍ଷ୍ଣ ନଜର ରଖିଛନ୍ତି।

ଆଜିର ବୈଠକ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣଙ୍କ ସପକ୍ଷରେ ଶିରୋମଣି ଅକାଳୀ ଦଳ, ଶିବସେନା ଓ ବିଜେଡିର ସମର୍ଥନ ଲୋଡ଼ିଛନ୍ତି।

ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିବା ସୂଚନା ମିଳିଛି।

ରାଜ୍ୟସଭାର ୨୪୪ ଆସନ ମଧ୍ୟରୁ ଜଣେ ପ୍ରାର୍ଥୀଙ୍କୁ ବିଜୟ ପାଇଁ ୧୨୩ଟି ଭୋଟ୍‌ ଆବଶ୍ୟକ।

 



from OdishaReporter https://ift.tt/2MmlRi3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages