ସ୍ତ୍ରୀର ନାକକୁ କାମୁଡ଼ି ଦେଲା ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ସ୍ତ୍ରୀର ନାକକୁ କାମୁଡ଼ି ଦେଲା ସ୍ୱାମୀ

husband-wife-fight

ନୂଆଦିଲ୍ଲୀ: ଆପଣ ଅନେକ ଘରୋଇ ହିଂସା କଥା ଶୁଣିଥିବେ। ସ୍ତ୍ରୀ ଉପରେ ସ୍ୱାମୀର ଅତ୍ୟାଚାର କାହାଣୀ ମଧ୍ୟ ଶୁଣିଥିବେ। ହେଲେ କେବେ ସ୍ୱାମୀ ରାଗରେ ସ୍ତ୍ରୀକୁ କାମୁଡ଼ି ଦେବା କଥା ଶୁଣି ନଥିବେ।

ୟୁପିର ଶାହାଜାହାନପୁର ଜିଲ୍ଲା ଅନ୍ତର୍ଗତ ପହ୍ଲରା ଗାଁର ଅର୍ଜୁନ ନାମକ ଜଣେ ବ୍ୟକ୍ତି, କ୍ରୋଧରେ ନିଜ ସ୍ତ୍ରୀର ନାକକୁ କାମୁଡ଼ି ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି।

ପୋଲିସ ପାଖରୁ ମିଳିଥିବା ତଥ୍ୟ ଅନୁଯାୟୀ, ପାଞ୍ଚଦିନ ପୂର୍ବରୁ ଅର୍ଜୁନର ସ୍ତ୍ରୀ ଗୀତା, ବାପ ଘରକୁ ଯିବେ ବୋଲି କହି ଘରୁ ବାହାରି ଯାଇଥିଲେ। ହେଲେ ସେ ବାପଘରକୁ ନ ଯାଇ ବରେଲି ପଳାଇଥିଲେ।

ଶୁକ୍ରବାର ଦିନ ଘରକୁ ଫେରିବା ପରେ, ତାଙ୍କର ସ୍ୱାମୀଙ୍କ ସହ ଝଗଡ଼ା ହୋଇଥିଲା। ମମଲା ଥାନା ପର୍ଯ୍ୟନ୍ତ ଯାଇଥିଲା। ତେବେ ବୁଝାସୁଝା ପରେ ଉଭୟ ଘରକୁ ଫେରିଥିଲେ।

ହେଲେ ରବିବାର ପୁଣି ସମାନ ଘଟଣାର ପୁନରାବୃତ୍ତି ହେଲା। ଅର୍ଜୁନର କହିବା ଅନୁଯାୟୀ, ସେଦିନ ପୁଣିଥରେ ଗୀତା ମିଛ କହି ଘରୁ ବାହାରକୁ ଯିବା ଲାଗି ବାହାରିବାରୁ, ସେ ଖୁବ୍ ରାଗି ଯାଇଥିଲା ଓ ନିଜର ହିତାହତ ଜ୍ଞାନ ହରାଇ ବସିଥିଲା। ରାଗରେ ସେ ନିଜ ସ୍ତ୍ରୀ ଗୀତାର ନାକକୁ କାମୁଡ଼ି ତାଙ୍କୁ ଲହୁଲୁହାଣ କରିଦେଇଥିଲା।
ପୀଡ଼ିତା ଗୀତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଛି ଓ ଅଭିଯୁକ୍ତକୁ ଧରିନେଇ ପଚରା ଉଚରା କରୁଛି।



from OdishaReporter https://ift.tt/2P7SIc7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages