
କାମାକ୍ଷାନଗର (ରାକେଶ କୁମାର ଦେହୁରୀ): ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ହଦଗଡ଼ ଜଙ୍ଗଲ ନିକଟରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାକୁ ଭର୍ତ୍ତି କରାଯାଇଛି।
ସିଦ୍ଧାନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତି ସକାଳେ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ସମୟରେ ଶିଶୁଟିକୁ ଦେଖିଥିଲେ। ତାକୁ ତୁରନ୍ତ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁଟିକୁ ଜନ୍ଦା, ପିମ୍ପୁଡି କାମୁଡ଼ି ଦେଇଛନ୍ତି। ତେବେ ଶିଶୁଟି କାହାର ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।
from OdishaReporter https://ift.tt/2MzMRuR
No comments:
Post a Comment