ପୁଣି ତେଜିଲା ଡାକ୍ତର ପଦବୀ ପୂରଣ ଦାବି: ୧୨ ଘଣ୍ଟିଆ ବିନିକା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ପୁଣି ତେଜିଲା ଡାକ୍ତର ପଦବୀ ପୂରଣ ଦାବି: ୧୨ ଘଣ୍ଟିଆ ବିନିକା ବନ୍ଦ

binika

ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର): ଡାକ୍ତର ପଦବୀ ପୂରଣ ପାଇଁ ଆଜି ବିନିକାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ସ୍କୁଲ ଓ କଲେଜକୁ  ଛାଡ଼ି ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଏଥିସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି।

ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଶଙ୍କରା,ମହାଦେବପାଲି ଏବଂ ବାଙ୍କିଘିଡ଼ି ପ୍ରାଥମିକ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ଡାକ୍ତରଙ୍କ ଅଭାବ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ସମସ୍ୟାକୁ ନେଇ ଗତ ୨୧ ତାରିଖରେ ୧୨ ଘଣ୍ଟିଆ ବିନିକା ବନ୍ଦ ଡାକରା ଦିଆଯାଇଥିଲା। ହେଲେ କିଛି ସୁଫଳ ମିଳି ନଥିଲା। ତେଣୁ ଆଜି ବିନିକା ଜନସାଧାରଣଙ୍କ ପକ୍ଷରୁ ପୁଣି ଥରେ ବନ୍ଦ ଡାକରା ଦିଆଯାଇଛି।

ଅନ୍ୟପକ୍ଷରେ ସମାନ ଦାବିକୁ ନେଇ ବିନିକା ସାମ୍ୱାଦିକ ସଂଘ ୧୯ ଦିନ ହେଲା ଧାରଣାରେ ବସିଛି।

ଏ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଆହୁରି ଭୟାବହ ହେବ ବୋଲି ବିନିକାର ଜନସାଧାରଣ କହିଛନ୍ତି।

 



from Odisha Reporter https://ift.tt/2P2OBx9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages