କଂଗ୍ରେସରେ ଯୋଗ ଦେଲେ ମିଲି ପଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

କଂଗ୍ରେସରେ ଯୋଗ ଦେଲେ ମିଲି ପଣ୍ଡା

mili

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ଓରଫ ମିଲି ପଣ୍ଡା ଗତକାଲି କଂଗ୍ରେସରେ ସାମିଲ ହୋଇଛନ୍ତି। ଏଥିସହ ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।

ମାଷ୍ଟର୍‌ କ୍ୟାଣ୍ଟିନ ଛକରୁ ଏକ ବିଶାଳ ରାଲିରେ ନିଜ ସମର୍ଥକଙ୍କ ସହ ମିଲି ଏବଂ ମନୋଜା କଂଗ୍ରେସ ଭବନ ଆସି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ।

ମିଲି ୨୦୧୪ ସାଧାରଣ ନିର୍ବାଚନରେ ରଣପୁର ନିର୍ବାଚନମଣ୍ଡଳୀରୁ ‘ଆମ ଓଡ଼ିଶା’ ଦଳର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ‘ଆମ ଓଡ଼ିଶା’ ବିଜୁ ଜନତା ଦଳରେ ବିଲିନ ହେବା ପରେ ମିଲି କଂଗ୍ରେସରେ ସାମିଲ ହୋଇଛନ୍ତି।

 



from Odisha Reporter https://ift.tt/2N5eNqD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages