ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଠୋ ଠୋ ହସିଲେ ଭାଜପାର ଦୁଇ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଠୋ ଠୋ ହସିଲେ ଭାଜପାର ଦୁଇ ମନ୍ତ୍ରୀ

minister....

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ବିସର୍ଜନ ପାଇଁ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଉଛି। ଏହି କ୍ରମରେ ବୁଧବାର ତାଙ୍କ ଚିତାଭସ୍ମ ଛତିଶଗଡ଼ର ରାୟପୁରରେ ପହଞ୍ଚିଥିଲା।

ଏହି ଅବସରରେ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଏଥିରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଯୋଗ ଦେଇଥିଲେ।

ତେବେ ସଭାରେ ଏପରି ଏକ ଘଟଣା ଘଟିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

ଶ୍ରଦ୍ଧାଞ୍ଜଳି ସଭା ଚାଲିଥିବା ବେଳେ ଛତିଶଗଡ଼ ସରକାରଙ୍କର ଦୁଇ ଜଣ ମନ୍ତ୍ରୀ ଅଜୟ ଚନ୍ଦ୍ରାକାର ଓ ବ୍ରଜ୍‌ ମୋହନ ଅଗ୍ରୱାଲ କୌଣସି କଥାକୁ ନେଇ ଜୋରରେ ହସୁଥିବା ଦେଖିବାକୁ ମିଳିଥିଲା।

ସମସ୍ତେ ଚୁପଚାପ୍‌ ହୋଇ ଶୋକ ପାଳନ କରୁଥିବା ବେଳେ ଦୁଇ ମନ୍ତ୍ରୀଙ୍କ ହସର ଶବ୍ଦ ଭାଜପା ପ୍ରଦେଶ ଅଧ୍ୟକ୍ଷ ଧରମ ଲାଲ କୌଶିକଙ୍କ କାନରେ ପଡ଼ିଥିଲା। ସେ ତୁରନ୍ତ ନିଜ ସିଟ୍‌ରୁ ଉଠିଯାଇ ଦୁଇ ମନ୍ତ୍ରୀଙ୍କୁ ଗାଳି ଦେଇଥିଲେ।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି,“ଅଟଳ ବିହାରୀ ବାଜପେୟୀ ଚିତାଭସ୍ମକୁ ଦିଲ୍ଲୀରୁ ପ୍ରଦେଶ ଭାଜପା ଅଧ୍ୟକ୍ଷ ଧରମଲାଲ କୌଶିକ ବୁଧବାର ରାୟପୁର ଧରି ଆସିଥିଲେ। ବିମାନବନ୍ଦରରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ବିମାନବନ୍ଦରରୁ ଚିତାଭସ୍ମକୁ କଳସକୁ ଅଟଳ ପ୍ରାର୍ଥନା ରଥରେ ଭାଜାପା କାର୍ଯ୍ୟାଳୟକୁ ନିଆଯାଇଥିଲା।”



from Odisha Reporter https://ift.tt/2w7ZQgX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages