ଏହି ଶିବଲିଙ୍ଗକୁ ଭାଙ୍ଗି ପାରି ନଥିଲେ ମହମୁଦ୍‌ ଗଜନୀ: ଲେଖିଦେଲେ ଏମିତି କିଛି, ଫଳ ହେଲା ଓଲଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଏହି ଶିବଲିଙ୍ଗକୁ ଭାଙ୍ଗି ପାରି ନଥିଲେ ମହମୁଦ୍‌ ଗଜନୀ: ଲେଖିଦେଲେ ଏମିତି କିଛି, ଫଳ ହେଲା ଓଲଟା

jharkhandi sivalinga

ନୂଆଦିଲ୍ଲୀ: ମହମୁଦ୍‌ ଗଜନୀଙ୍କ ବିଷୟରେ ଆପଣ ଜାଣିଥିବେ। ସେ ୧୭ ଥର ଭାରତକୁ ଆକ୍ରମଣ କରି ଲୁଟ୍‌ କରିଥିଲେ। ସେ ଯେଉଁ ଅଞ୍ଚଳରେ ପ୍ରବେଶ କରୁଥିଲେ, ତାକୁ ଶ୍ମଶାନ ବନାଇ ଦେଉଥିଲେ। ବିଶେଷ କରି ହିନ୍ଦୁ ମନ୍ଦିର ଲୁଟ୍‌ କରିବା ସହ ଏହାକୁ ଧ୍ୱଂସ ମଧ୍ୟ କରିଦେଉଥିଲେ। ହେଲେ ସେ ଏମିତି ଏକ ମନ୍ଦିର ପାଖରେ ପହଞ୍ଚିଥିଲେ, ଯେଉଁଠି ପୂଜା ପାଉଥିବା ଶିବଲିଙ୍ଗକୁ ଭାଙ୍ଗିବାକୁ ସତ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଶିବଲିଙ୍ଗ ଭାଙ୍ଗିବା ବେଳେ ଘଟିଥିଲା ଅଲୌକିକ ଘଟଣା। ଏହାପରେ ଉକ୍ତ ଶିବଲିଙ୍ଗକୁ କେହି ଯେମିତି ପୂଜା କରିବେନି, ସେଥିପାଇଁ ତା’ଉପରେ କିଛି ଲେଖି ଦେଇଥିଲେ। ହେଲେ ଏହାର ଫଳ ଓଲଟା ହୋଇଥିଲା। କେବଳ ହିନ୍ଦୁ ନୁହନ୍ତି, ଉକ୍ତ ଲେଖା ପାଇଁ ଆଜି ମୁସ୍‌ଲିମ୍‌ମାନେ ମଧ୍ୟ ସେଠାରେ ପୂଜା କରୁଛନ୍ତି।

ପବିତ୍ର ଶ୍ରାବଣ ମାସିରେ ଆସନ୍ତୁ ଜାଣିବା, ଏହି ଚମତ୍କାରୀ ଶିବଲିଙ୍ଗ ସମ୍ପର୍କରେ।

ଗଜନୀ ଉତ୍ତରପ୍ରଦେଶରେ ପ୍ରବେଶ କରିବା ପରେ ଏଠିକାର ମନ୍ଦିରର କାରୁକାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗୋରଖପୁରରୁ ୨୫ କିମି ଦୂର ଖଜନୀ କସ୍ୱେ ନିକଟରେ ଥିବା ସରୟା ଗାଁରେ ପହଞ୍ଚିଥିଲେ। ସେଠାରେ ଥିବା ଝାରଖଣ୍ଡି ମହାଦେବଙ୍କ ଶିବଲିଙ୍ଗ ଉପରେ ତାଙ୍କ ନଜର ପଡ଼ିଥିଲା। ଏହା ବହୁ ପ୍ରାଚୀନ ବୋଲି ଜାଣିବା ପରେ ଗଜନୀ ମନ୍ଦିରକୁ ଧ୍ୱଂସ କରି ଶିବଲିଙ୍ଗକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ।

ଏମିତି ଘଟିଥିଲା ଅଲୌକିକ ଘଟଣା

କୁହାଯାଏ, ଶିବଲିଙ୍ଗକୁ ଭାଙ୍ଗିବାକୁ ଯେଉଁଠି କୋଦାଳ ମରାଗଲା, ସେଠାରୁ ରକ୍ତ ଝରିବାକୁ ଲାଗିଲା। ଏହା ଦେଖି ଗଜନୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଶିବଲିଙ୍ଗକୁ ମୂଳରୁ ଓପାଡ଼ି ଫିଙ୍ଗିଦେବାକୁ ନିଷ୍ପତ୍ତି ନେଇଥିଲେ। ମାଟି ଖୋଳା ଆରମ୍ଭ ହୋଇଥିଲା। ହେଲେ ଶିବଲିଙ୍ଗର ମୂଳସ୍ଥଳ ମିଳି ନଥିଲା। ଯେତେ ଖୋଳାଗଲା ଶିବଲିଙ୍ଗ ସେତେ ଭିତରକୁ ଥିବା ଦେଖିବାକୁ ମିଳିଥିଲା। ଏ ପ୍ରୟାସରେ ବିଫଳ ହେବା ପରେ ଗଜନୀ ଶିବଲିଙ୍ଗରେ ଆରବୀ ଭାଷାରେ ‘କଲମା’ ଲେଖିଦେଲେ। ଭାବିଥିଲେ, ଏପରି ଲେଖିଦେଲେ ହିନ୍ଦୁମାନେ ଏହାକୁ ପୂଜା କରିବା ବନ୍ଦ କରିଦେବେ। ହେଲେ ଏହାର ଫଳ ଓଲଟା ହୋଇଥିଲା। ‘କଲମା’ ଲେଖାଯାଇଥିବାରୁ ହିନ୍ଦୁଙ୍କ ସହ ମୁସଲ୍‌ମାନମାନେ ମଧ୍ୟ ଏହାକୁ ପୂଜା କରିବା ଆରମ୍ଭ କରିଥିଲେ। ଯାହା ଆଜି ପର୍ଯ୍ୟନ୍ତ ଚାଲୁଛି।

ଶିବଲିଙ୍ଗ ଉପରେ ଗଜନୀ ଲେଖିଥିଲେ ‘लाइलाहाइल्लललाह मोहम्मदमदुर्र् रसूलुल्लाह’। ଏହି ଲେଖା କାରଣରୁ ମନ୍ଦିରଟି ଏବେ ଭାଇଚାରାର ପ୍ରତୀକ ପାଲଟିଛି। ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏକ ପବିତ୍ର ସ୍ଥଳ ପାଲଟି ଯାଇଛି। ରମଜାନରେ ମୁସଲମାନ ଭାଇମାନେ ଏଠାକୁ ଆସି ଆହ୍ଲାଙ୍କୁ ପ୍ରାର୍ଥନା କରିଥାନ୍ତି।

jharkhandi sivalingaଖୋଲା ଆକାଶ ତଳେ ଶିବଲିଙ୍ଗ

ଝାରଖଣ୍ଡି ଶିବଲିଙ୍ଗଙ୍କୁ ନୀଳକଣ୍ଠ ମହାଦେବ ବୋଲି ମଧ୍ୟ କୁହାଯାଇଥାଏ। ସ୍ଥାନୀୟ ଲୋକଙ୍କ ଅନୁସାରେ, ଏହି ମନ୍ଦିର ବହୁ ପୁରୁଣା। ଏହାକୁ କେହି ପ୍ରତିଷ୍ଠା କରିନାହାନ୍ତି। ନିଜେ ମହାଦେବ ଏଠାରେ ପ୍ରକଟ ହୋଇଛନ୍ତି। ଏହି ମନ୍ଦିରର କୌଣସି ଛାତ ନାହିଁ। ବହୁଥର ଛାତ ନିର୍ମାଣ ପାଇଁ ପ୍ରୟାସ କରାଯାଇଛି, ହେଲେ ଏହା ସଫଳ ହୋଇନାହିଁ।

ପବିତ୍ର ପୋଖରୀ

ମନ୍ଦିର ପାଖରେ ଏକ ପବିତ୍ର ପୋଖରୀ ରହିଛି। କୁଷ୍ଠ ରୋଗରେ ପୀଡ଼ିତ ଜଣେ ରାଜା ଏହାର ଜଳକୁ ସ୍ପର୍ଷ କରିବା ପରେ ଭଲ ହୋଇଯାଇଥିଲେ ବୋଲି କୁହାଯାଏ। ସେବେଠାରୁ ଚର୍ମ ରୋଗରୁ ମୁକ୍ତି ପାଇବାକୁ ଲୋକେ ଏହି ପୋଖରୀକୁ ଆସିଥାନ୍ତି। ୫ ମଙ୍ଗଳବାର ଓ ରବିବାର ପୋଖରୀରେ ଗାଧୋଇଲେ ଚର୍ମରୋଗ ଭଲ ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି।



from OdishaReporter https://ift.tt/2M70Xqg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages