
ଆବଶ୍ୟକ ସାମଗ୍ରୀ– ବ୍ରେଡ୍, ବେସନ, ଦହି, ସିମ୍ଲା ମିର୍ଚ୍ଚ, ଟମାଟୋ, ଧନିଆ ପତ୍ର, ବେକିଂ ସୋଡା, ତେଲ, କଞ୍ଚା ଲଙ୍କା, ଲଙ୍କା ପାଉଡର, ହଳଦି ପାଉଡର , ଧନିଆ ପାଉଡର, ଲୁଣ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଏକ ପାତ୍ରରେ କିଛି ବେସନ ନିଅନ୍ତୁ। ସେଥିରେ ଦହି ପକାନ୍ତୁ ଏବଂ ଟିକେ ପାଣି ଦେଇ ଭଲ ଭାବେ ଗୋଳାନ୍ତୁ। ବେସନ ଭଲ ଭାବେ ଗୋଳେଇ ହୋଇଯିବା ପରେ ସେଥିରେ ଲୁଣ, ଧନିଆ ପାଉଡର, କଟା କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ବେକିଂ ସୋଡା ଏବଂ ହଳଦି ଗୁଣ୍ଡ ପକାଇ ଗୋଳାନ୍ତୁ। ସେଥିରେ କିଛି କଟା ଟମାଟୋ, ଛୋଟ ଛୋଟ ଖଣ୍ଡରେ କଟା ଯାଇଥିବା ସାମ୍ଲା ମିର୍ଚ୍ଚ ଏବଂ ଧନିଆ ପତ୍ର ପକାଇ ଗୋଳାନ୍ତୁ। ବ୍ରେଡ୍ ଆଣନ୍ତୁ। ସେଥିରେ ପ୍ରସ୍ତୁତ ଥିବା ବେସନକୁ ଲଗାନ୍ତୁ। ଏହାପରେ ତାୱା ଗରମ କରନ୍ତୁ ସେଥିରେ ତେଲ ପକାନ୍ତୁ ଏବଂ ତେଲ ଗରମ ହୋଇଯିବା ପରେ ପ୍ରସ୍ତୁତ ଥିବା ସେହି ବ୍ରେଡ୍କୁ ତେଲରେ ପକାଇ କିଛି ସମୟ ରଖନ୍ତୁ। ଗୋଟେ ପଟ ବେସନ ସେକି ହୋଇଗଲା ପରେ ବ୍ରେଡ୍କୁ ଆରପଟକୁ ଲେଉଟାଇ ଖାଲି ଥିବା ବ୍ରେଡ୍ ଉପରେ ବେସନ ପକାଇ ସେକନ୍ତୁ। ବ୍ରେଡ୍ର ଦୁଇପଟ ସେକି ହୋଇଯିବା ପରେ ପ୍ଲେଟ୍କୁ କାଢି ଖାଆନ୍ତୁ ଗରମା ଗରମ ‘ବେସନ୍ ଟୋଷ୍ଟ’।
from OdishaReporter https://ift.tt/2w184GR

No comments:
Post a Comment